ଅନୁଭୂତିରେ ରଥଯାତ୍ରା : ସୁମିତା ବେହେରା
ଜୟ ଶ୍ରୀଜଗନ୍ନାଥ ଶରଣମ୍
ସମୟ ରାତି ଆଠଟା ପାଖାପାଖି ହେଇଥିବ। ବଳଗଣ୍ଡି ଛକରୁ କୁଣ୍ଢେଇବେଣ୍ଟ ସାହି ଫେରିବି ମୁଁ। ଅନ୍ଧାର ହେଇଗଲାଣି। ଡର ଡର ଲାଗୁଛି। ରାସ୍ତା ଭୁଲି ଅନ୍ୟ ଆଡ଼େ ଚାଲିଯିବାର ଭୟ ତ ଅଛି, ତା' ସହିତ ଘରେ ଏବେ ମୋ ଉପରେ ମାଡ଼ ପଡ଼ିବାର ସମ୍ଭାବନା ବି ରହିଛି।
ରାସ୍ତା…