Latest Odisha News

BREAKING NEWS

ଜାଣନ୍ତି କି ଛୋଟେ ନବାବ୍‌ ତୈମୁରଙ୍କ ପ୍ରିୟ ଖାଦ୍ୟ କଣ?

ନୂଆଦିଲ୍ଲୀ: କରୀନା କପୁର ତାଙ୍କ ଗର୍ଭଧାରଣ ଦିନକୁ ଉପଭୋଗ କରୁଥିବାବେଳେ ଏଥର ସେ ନିଜ ପରିବାର ସହିତ ଖ୍ରୀଷ୍ଟମାସ ପର୍ବକୁ ଖୁବ୍‌ ଧୁମ୍‌ଧାମ୍‌ରେ ପାଳନ କରିଥିଲେ। କରୀନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ପୁଅ ତୈମୁରଙ୍କ  ସହ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ କରୀନା ଏବଂ ସୈଫ ଏକାଠି ନଜର ଆସିଛନ୍ତି। କିନ୍ତୁ ଏହି ଫଟୋରେ ତୈମୁରଙ୍କର ସମ୍ପୂର୍ଣ୍ଣ ଧ୍ୟାନ ଖାଦ୍ୟ ଉପରେ ରହିଛି। ସେ ଏଥିରେ ବେଶ୍‌ ଆଗ୍ରହର ସହିତ କିଛି ଖାଦ୍ୟ ଖାଉଥିବାର ଦେଖିବାକୁ ମିଳିଛି।

ଫଟୋ ସେୟାର କରିବା ସହିତ କରୀନା କପୁର କହିଛନ୍ତି ଯେ ତୈମୁର ଅଲି ଖାନ ଟର୍କୀକୁ ଖୁବ୍‌ ଭଲ ପାଆନ୍ତି ଏବଂ ଏହାକୁ ଖାଇବା ଉପରେ ତାଙ୍କର ସମ୍ପୂର୍ଣ୍ଣ ଧ୍ୟାନ ରହିଛି। ଏହି ଫଟୋ ସେୟାର କରି କରୀନା କପୁର ଖାନ ଲେଖିଛନ୍ତି, କେହି ଜଣେ ଟର୍କୀକୁ ଖୁବ୍‌ ପସନ୍ଦ କରୁଛନ୍ତି। ଏହା ସହିତ ସେ ତାଙ୍କ ପ୍ରଶଂସକଙ୍କୁ ଖ୍ରୀଷ୍ଟମାସର ଅଭିନନ୍ଦନ ଜଣାଇଛନ୍ତି। ଏହି ଫଟୋରେ କରୀନା କପୁର ଖାନ ଏକ କଳା ରଙ୍ଗର ପୋଷାକ ପିନ୍ଧିଥିବା ନଜର ଆସିଛନ୍ତି।

Leave A Reply

Your email address will not be published.