କାବୁଲ: ତାଜିକସ୍ତାନ ଆଜି ଆଫଗାନିସ୍ତାନ ଓ ତାଲିବାନ ଘଟଣାରେ ବଡ ବୟାନ ଦେଇଛି । ବଳପୂର୍ବକ କ୍ଷମତାକୁ ଆସିଥିବା ଆତଙ୍କବାଦୀଙ୍କୁ କେବେ ହେଲେ ମାନ୍ୟତା ଦେବୁ ନାହିଁ ବୋଲି ତାଜିକସ୍ତାନର ରାଷ୍ଟ୍ରପତି ଇମୋମଲି ରାହମୋନ କହିଛନ୍ତି । ପଂଜଶିର ଘାଟିରେ ତାଜିକସ୍ତାନର ସେନା ସହଯୋଗ କରୁଛନ୍ତି ।
କ୍ଷମତାକୁ ଆସିବା ପୂର୍ବରୁ ତାଲିବାନ ତାଜିକ ସମ୍ପ୍ରଦାୟର ଲୋକଙ୍କୁ ସମାନ ଯୋଗ୍ୟତା ଦିଆଯିବ ବୋଲି କହିଥିଲା । ଏବେ ଏହି ମତ ପରିବର୍ତନ କରିଛି । ତାଜିକ, ଉଜବେକ ଓ ଅନ୍ୟ ଅଳ୍ପ ସଂଖ୍ୟକ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଆମେ ସମ୍ପୂର୍ଣ୍ଣ ଭାବେ ନିନ୍ଦା କରୁଛୁ ବୋଲି ସେ କହିଛନ୍ତି । ତାଲିବାନ ସୃଷ୍ଟି କରିଥିବା ସମସ୍ୟା ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଛି ବୋଲି ସେ କହିଛନ୍ତି ।
Comments are closed.