ନୂଆଦିଲ୍ଲୀ: ଆଫଗାନିସ୍ତାନ ଓ ତାଲିବାନ ବିବାଦ ତେଜିବାରେ ଲାଗିଛି। ଆଫ୍ଗାନିସ୍ତାନର ଅନେକ ପ୍ରମୁଖ ଅଞ୍ଚଳକୁ ନିଜ ଅକ୍ତିଆରକୁ ଆଣିସାରିଲାଣି ତାଲିବାନ। ତାଲିବାନ ଯୁଦ୍ଧବିମାନ ବୁଧବାର ଉତ୍ତର ଆଫଗାନିସ୍ତାନର ଅନ୍ୟ ଏକ ସହରକୁ ନିଜ ଅଧୀନକୁ ନେଇଛି ବୋଲି ଜଣେ ଅଧିକାରୀ କହିଛନ୍ତି। ତାଲିବାନ ଆଫ୍ଗାନର ଅଷ୍ଟମ ପ୍ରାଦେଶିକ ରାଜଧାନୀକୁ ୬ ଦିନ ମଧ୍ୟରେ ନିଜ ଅଧୀନକୁ ଆଣିଛି।
ତାଲିବାନ ଉତ୍ତର-ପୂର୍ବ ପ୍ରଦେଶର ବାଦାଖଶାନର ରାଜଧାନୀ ଫୈଜାବାଦକୁ କାବୁ କରି ନେଇଛି।
ମଙ୍ଗଳବାର ଦିନ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ତାଲିବାନ ଫୈଜାବାଦକୁ ଘେରି ରହିଥିଲା ବୋଲି ବାଦାଖଶାନର ପ୍ରାଦେଶିକ ପରିଷଦ ସଦସ୍ୟ ଜାୱାଦ ମୁଜାଦି କହିଛନ୍ତି।
ଆଫଗାନିସ୍ତାନ ଅଧିକାରୀ ଏବଂ ତାଲିବାନ କୁନ୍ଦୁଜ ପ୍ରଦେଶର ଏକ ବଡ଼ ଆର୍ମି ବେସକୁ କାବୁ କରିଛନ୍ତି। ବୁଧବାର ବିମାନବନ୍ଦରରେ ଉପସ୍ଥିତ ଥିବା ୨୧୭ ସୈନ୍ୟମାନଙ୍କୁ କାବୁ କରାଯାଇଥିଲା। ତାଲିବାନ ଏହାର ଏକ ଭିଡିଓ ଅନଲାଇନରେ ମଧ୍ୟ ପ୍ରକାଶ କରିଛି। ଯେଉଁଥିରେ ସୈନିକମାନେ ଆର୍ମି ବେସ ଛାଡିଛନ୍ତି। ତେବେ ଆଫଗାନିସ୍ତାନ ସରକାର ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି।
Comments are closed.