Latest Odisha News

ଟି୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆର କୋଚିଂ ଟିମ ବଦଳିବ !

ନୂଆଦିଲ୍ଲୀ: ୟୁଏଇରେ ହେବାକୁ ଥିବା ଟି୨୦ ବିଶ୍ୱକପ କ୍ରିକେଟ ପରେ ଟିମ୍ ଇଣ୍ଡିଆର କୋଚିଂ ଟିମ ବଦଳିବ । ଦୀର୍ଘ ଦିନ ଧରି କୋଚ ହେବା ସତ୍ୱେ ଭାରତ କୌଣସି ଆଇସିସି ଟାଇଟଲ ଜିତି ନ ଥିବାରୁ ଏହି ପଦକ୍ଷେପ ଗ୍ରହଣ କରାଯାଇ ପାରେ । ରିପୋର୍ଟ ମୁତାବକ କୋଚ ରବି ଶାସ୍ତ୍ରୀଙ୍କୁ ବିସିସିଆଇ ଏହି ସୂଚନା ପ୍ରଦାନ କରିସାରିଛି । ବୋଲିଂ କୋଚ ଭରତ ଅରୁଣ, ଫିଲ୍ଡିଂ କୋଚ ଶ୍ରୀଧର ଏବଂ ବ୍ୟାଟିଂ କୋଚ ବିକ୍ରମ ରାଠୋର ମଧ୍ୟ ବିଦା ହେବେ । ନଭେମ୍ବର ପରେ ଟିମ୍ ଇଣ୍ଡିଆକୁ ସମ୍ପୂର୍ଣ୍ଣ ନୂତନ କୋଚିଂ ଟିମ ଦିଆଯିବ ।

BjdElectrycity

ଶାସ୍ତ୍ରୀ ୪ ବର୍ଷ ହେବ ଭାରତୀୟ ଦଳର କୋଚ ରହି ଆସିଛନ୍ତି । ସେ ସମୟ ମଧ୍ୟରେ ଭାରତ ୪୦ ଟେଷ୍ଟରେ ୨୩ ବିଜୟ, ୭୬ ଦିନିକିଆରେ ୫୧ ଓ ୬୦ ଟି୨୦ରେ ୪୦ରେ ବିଜୟୀ ହୋଇଛି । ରାହୁଲ ଡ୍ରାଭିଡଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯିବା ନେଇ ଅଟକଳ ଲଗାଯାଉଛି ।

Leave A Reply

Your email address will not be published.