Latest Odisha News

BREAKING NEWS

ଆଫଗାନିସ୍ତାନର ୮୫ ପ୍ରତିଶତ ହାତେଇ ସାରିଲାଣି ତାଲିବାନ; ଆଉ ବାକି ୧୫%

କାବୁଲ: ତାଲିବାନ ଓ ଆଫଗାନିସ୍ତାନର ସୁରକ୍ଷା ବାହିନୀ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ ଦିନକୁ ଦିନ ତେଜିବାରେ ଲାଗିଛି। ଆଫଗାନିସ୍ତାନର ୮୫ ପ୍ରତିଶତ ନିଜ ଅକ୍ତିଆରକୁ ନେଇସାରିଲାଣି ତାଲିବାନ। ଆଉ ବାକି ୧୫ ପ୍ରତିଶତକୁ ହାତେଇବାକୁ ଯୋଜନା ଚଳାଇଛି।

ବର୍ତ୍ତମାନର ବିବାଦର ସ୍ଥିତି ଉପରେ ତାଲିବାନ ମୁଖପାତ୍ର କହିଛନ୍ତି ଯେ ବିସ୍ମିଲ୍ଲାହୀ ରେହମାନୀ ରହୀମ ଆମେ ଆଫଗାନିସ୍ତାନର ୮୫ ପ୍ରତିଶତ ହାତେଇ ସାରିଲୁଣି ଏବଂ ଖୁବ୍ ଶୀଘ୍ର ବାମ ୧୫ ପ୍ରତିଶତ ନିଜ ଅଧୀନକୁ ଆଣିବୁ।

ତେବେ ଏଥିରେ ପାକିସ୍ତାନର ଆଇଏସଆଇ ଗୋଷ୍ଠୀର ଏଥିରେ କୌଣସି ଭୂମିକା ନାହିଁ ବୋଲି ସଫା ସଫା କହିଛି ତାଲିବାନ। ଏହା ଆମ ନିଜସ୍ବ ଲଢେଇ ବୋଲି କହିଛି ।

ଏହାସହ ତାଲିବାନ ଆହୁରି ମଧ୍ୟ କହିଛି ଯେ, “ଆମେ ଆଫଗାନିସ୍ତାନର ମହିଳା ଏବଂ ପୁରୁଷମାନଙ୍କୁ ସେମାନଙ୍କର ସମସ୍ତ ଅଧିକାର ଦେବୁ ଯେଉଁଥିପାଇଁ ସେମାନେ ଯୋଗ୍ୟ।”

Comments are closed.