Latest Odisha News

BREAKING NEWS

ଭାରତରେ ୫୦ ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ଘଟିଛି: ରିପୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀରେ ଭାରତର ୫୦ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି ବୋଲି ଆମେରିକାର ସେଂଟର ଅଫ ଗ୍ଲୋବାଲ ଡେଭଲପମେଂଟ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି । ତେବେ ଭାରତ ସରକାର ଏ ପର୍ଯ୍ୟନ୍ତ ୪ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିବା କହୁଥିବା ଆମେରିକା ଷ୍ଟଡି ରିପୋର୍ଟ ପ୍ରକାଶ ପାଇବା ପରେ ଏ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି ।

ଆମେରିକାରେ ୬୦, ୯୦୦୦, ବ୍ରାଜିଲରେ ୫୪,୨୦୦୦ ଓ ଭାରତରେ ୪୧୪୪୮୨ଜଣଙ୍କ ମୃତ୍ୟୁ ଘଟିଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସବୁଠାରୁ ବଡ କଥା ରିପୋର୍ଟ ଲେଖିଥିବା ଗ୍ରୁପରେ ଭାରତ ସରକାରଙ୍କ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ ରହିଛନ୍ତି । ସ୍ୱାଧୀନତା ପରଠାରୁ ଭାରତର ଏହା ସବୁଠାରୁ ବଡ ଦୁଃଖଦ ଘଟଣା ବୋଲି ରିପୋର୍ଟରେ ଦର୍ଶାଯାଇଛି ।

Leave A Reply

Your email address will not be published.