Latest Odisha News

BREAKING NEWS

ରଥରେ ଚଢ଼ି ସେଲଫି, ୨ ଯୁବକଙ୍କ ଫଟୋ ଭାଇରାଲ୍

ପୁରୀ: କରୋନା ଯୋଗୁ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଏପରିକି ବଡ଼ଦାଣ୍ଡରେ ଘର ଛାତ ଉପରୁ ବି ରଥଯାତ୍ରା ଦେଖିବା ମନା । ଏଭଳି ସମୟରେ ରଥ ଉପରେ ଚଢ଼ି ଦୁଇ ଜଣ ଯୁବକ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ସୋସିଆଲ୍ ମିଡିଆରେ ଫଟୋ ଭାଇରାଲ୍ ହୋଇଛି । ଫଟୋରେ ଦେଖିବାକୁ ମିଳିଛି ଦୁଇ ଜଣ ଯୁବକ ମାସ୍କ ପିନ୍ଧି ପ୍ରଭୁ ଶ୍ରୀବଳଭଦ୍ରଙ୍କ ରଥ ଉପରେ ବସି ସେଲଫି ନେଇଛନ୍ତି ।

ତେବେ ଏହି ଫଟୋ ଏବର୍ଷ ନା ପୂର୍ବବର୍ଷର ସ୍ପଷ୍ଟ ହୋଇନି । ଫଟୋରେ ଥିବା ଦୁଇ ଯୁବକ ସେବାୟତ ନା ଅଣସେବାୟତ ତାହା ବି ସ୍ପଷ୍ଟ ହୋଇନି । ସେମାନେ ଫଟୋକୁ ସୋସିଆଲ୍ ମିଡିଆରେ ଅପଲୋଡ୍ କରିବା ସହ ଲେଖିଛନ୍ତି ଫଟୋ ଉଠାଇ ଧନ୍ୟ ମନେ କରୁଛନ୍ତି ।

ପ୍ରଶ୍ନ ଉଠୁଛି ସେମାନେ ସେବାୟତ ହୋଇଥିଲେ ଏମିତି ଲେଖା କାହିଁକି ଲେଖି ଥାଆନ୍ତେ । ଅଣସେବାୟତ ହୋଇ ଯଦି ଏବର୍ଷ ରଥରେ ଚଢ଼ି ଫଟୋ ଉଠାଇଛନ୍ତି ତାହେଲେ ସାଂଘାତିକ କଥା । ତଦନ୍ତ ସାପେକ୍ଷ । କଡ଼ା କଟକଣା ଭିତରେ ରଥ ଉପରକୁ କେମିତି ଗଲେ ନିଶ୍ଚିତ ତଦନ୍ତ ହେବ । ସୋସିଆଲ୍ ମିଡିଆରେ ଭାଇରାଲ୍ ଫଟୋକୁ ନେଇ ତଦନ୍ତ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

Leave A Reply

Your email address will not be published.