Latest Odisha News

BREAKING NEWS

୫ଜି ସେବା ପୂର୍ବରୁ ଗାଈକୁ ପ୍ରତୀକ ଭାବେ କାହିଁକି ବାଛିଲେ ଅମ୍ୱାନୀ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ଜିଓ ଟ୍ରୁ ୫ଜି ପାଭିଲିଅନରେ ଗାଈ। ରିଲାଏନ୍ସ ଜିଓ ଗୋ-ସମୃଦ୍ଧି କଣ? ଇଣ୍ଡିଆ ମୋବାଇଲ କଂଗ୍ରେସରେ ପ୍ରଥମ ଥର ପାଇଁ ଗାଈକୁ ପ୍ରତୀକ ଭାବେ କାହିଁକି ରଖାଯାଇଥିଲା? ଅମ୍ୱାନୀ ପରିବାର ଗାଈକୁ ଗାଁର ବିକାଶରେ ଶକ୍ତିଶାଳୀ ପ୍ରତୀକ ଭାବେ ଗ୍ରହଣ କରିଛି। କାରଣ ଜାଣିଲେ ଆପଣ ବି ଚକିତ ହେବେ।

ପୂରା ବିଶ୍ୱ ଅଲଟ୍ରା-ଫାଷ୍ଟ ୫ଜି ଓ୍ୱେରଲେସ୍ ନେଟଓ୍ୱର୍କକୁ ସ୍ୱାଗତ କରୁଛି। ୫ଜି କୁ ନିଜ ଜୀବନରେ ସାମିଲ କରୁଛନ୍ତି ଲୋକେ। ଡ୍ରାଇଭଲେସ୍ କାର, ରିମୋର୍ଟ ସଜରୀ, ଆଧୁନିକ ରୋବୋଟିକ୍ସ ସବୁ କ୍ଷେତ୍ରରେ ଦେଖିବାକୁ ମିଳୁଛି, କିପରି ନୂଆ ଟେକ୍ନୋଲଜି ଆଣୁଛି ଭାରତ। ରିଲାଏନ୍ସ ଇଣ୍ଡଷ୍ଟ୍ରି ଅଧ୍ୟକ୍ଷ ମୁକେଶ ଅମ୍ୱାନୀ ଏନେଇ ଘୋଷଣା କରିଥିଲେ ୫ଜି ପାଇଁ ଭାରତର ଅର୍ଥନୀତି ୨୦୧୭ ସୁଦ୍ଧା ୪୦ ଟ୍ରିଲିୟନରେ ପହଞ୍ଚିବ।

ଗାଁର ଉନ୍ନତି ଓ ପରିବର୍ତ୍ତନ ଆଣିବ ୫ଜି। ତେବେ ପ୍ରଶ୍ନ ଉଠୁଛି କିପରି? ଗାଁର ପ୍ରଥମ ଆୟ ଗାଈଠାରୁ। ଗାଈ ମନିଟରିଂ, ଦୁଗ୍ଧ ଶିଳ୍ପର ବିକାଶ, ରୋଗ ନିରୂପଣ ସମ୍ଭବ ହେବ। ଡିପାର୍ଟମେଣ୍ଟ ଅଫ୍ ଟେକ୍ନୋଲଜି(ଡଟ୍) ପକ୍ଷରୁ ବହୁ ତର୍ଜମା ହୋଇସାରିଛି। ନ୍ୟାସନାଲ ଡାଏରି ଡେଭେଲପମେଣ୍ଟ ବୋର୍ଡ ବି ଏଥିରେ ସହଯୋଗ କରିଛି। ଗାଈମାନଙ୍କ ଠାରେ ଏକ ସେନସର୍ ଖଞ୍ଜାଯିବ। ଯାହା ସେମାନଙ୍କ ସ୍ୱାସ୍ଥ୍ୟ, ଖାଦ୍ୟ ଓ ପୋଷଣ, ଦୁଗ୍ଧ ଦେବାର ସମୟ ସବୁ କହିବ। ଫଳରେ ଦୁଗ୍ଧ ଚାଷୀ ବଡ଼ ବଡ଼ କୋଅପରେଟିଭ୍ ଓ କମ୍ପାନୀଙ୍କୁ ଅଧିକା ମାତ୍ରାରେ ଦୁଗ୍ଧ ସପ୍ଲାଏ କରି ଲାଭବାନ ହୋଇପାରିବେ।

Leave A Reply

Your email address will not be published.