Latest Odisha News

BREAKING NEWS

ଆଜି ନୂଆ ସରକାର ଗଠନ କରିପାରେ ତାଲିବାନ

ଇସ୍‌ଲାମାବାଦ: ଆଜି ଆଫ୍‌ଗାନିସ୍ତାନରେ ନୂଆ ସରକାର ଗଠନ କରିପାରେ ତାଲିବାନ। ଘରୋଇ ତଥା ଆନ୍ତର୍ଜାତୀୟ ସ୍ତରରେ ଚାପ ବଢୁଥିବା ବେଳେ ତାଲିବାନ ଆଫଗାନିସ୍ତାନରେ ନୂତନ ସରକାର ଗଠନକୁ ଗୋଟିଏ ଦିନ ବିଳମ୍ବ କରିଛି ବୋଲି ଦଳର ମୁଖପାତ୍ର ଶୁକ୍ରବାର ଦିନ କହିଛନ୍ତି।

BjdElectrycity

ସୂଚନା ଅନୁଯାୟୀ ଏହି ନୂତନ ଦଳର ସହ-ପ୍ରତିଷ୍ଠାତା ମୁଲ୍ଲାହ୍‌ ଅବଦୁଲ ଘାନି ବାରଦର ନୂଆ ସରକାରର ନେତୃତ୍ୱ ନେବେ। ତାଲିବାନର ମୁଖ୍ୟ ମୁଲ୍ଲାହ୍‌ ମହମ୍ମଦ ଓମାରଙ୍କ ପୁଅ ମୁଲ୍ଲାହ୍‌ ମହମ୍ମଦ ୟାକୁବ ଏବଂ ଶେର୍‌ ମହମ୍ମଦ ଅବ୍ବାସ ଷ୍ଟାନିକଜାଇ ଅନ୍ୟ ଦୁଇ ବରିଷ୍ଠ ତାଲିବାନ ନେତାଙ୍କୁ ବରିଷ୍ଠ ପଦରେ ନିଯୁକ୍ତ କରାଯିବ। ତାଲିବାନର ମୁଖ୍ୟ ମୁଲ୍ଲାହ୍‌ ହିବତୁଲ୍ଲା ଅଖଣ୍ଡଜଡା ଇସଲାମ ଢାଞ୍ଚାରେ ଧାର୍ମିକ ପ୍ରସଙ୍ଗ ଏବଂ ଶାସନ ଉପରେ ଧ୍ୟାନ ଦେବେ।

ତାଲିବାନ ମୁଖପାତ୍ର ଜାବିହୁଲ୍ଲା ମୁଜାହିଦ୍ କହିଛନ୍ତି ଯେ ଶନିବାର ଦିନ ସରକାର ଗଠନ ହେବ। ଏହା ପୂର୍ବରୁ ଶୁକ୍ରବାର ସରକାର ଘୋଷଣା କରାଯିବ ବୋଲି ଦାବି କରାଯାଇଥିଲା।

Leave A Reply

Your email address will not be published.