କାବୁଲ: ତାଲିବାନ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି ଯେ, ମୁଖ୍ୟ ମୁଲ୍ଲା ହୈବିତୁଲ୍ଲା ଆଖୁନଦଜାଦା କରୋନା ଭାଇରସ ସଂକ୍ରମଣରେ ମୃତ୍ୟୁ ବରଣ କରି ନାହାନ୍ତି । ସେ ସୁସ୍ଥ ଅଛନ୍ତି ଏବଂ ଚିକିତ୍ସିତ ହେଉଛନ୍ତି । ହୈବିତୁଲ୍ଲାଙ୍କ ମୃତ୍ୟୁ ଖବର ବିଭିନ୍ନ ବିଦେଶୀ ୱେବସାଇଟ ଓ ପତ୍ରିକାରେ ପ୍ରକାଶ ପାଇଥିଲା । ତାଲିବାନର ପ୍ରବକ୍ତାର କହିବାନୁଯାୟୀ, ସେ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛି । କିନ୍ତୁ କେଉଁ ଦେଶରେ ହୈବିତୁଲ୍ଲା ଚିକିିତ ହେଉଛି, ତାହା ସେ ପ୍ରକାଶ କରିନାହିଁ ।
ପାକିସ୍ତାନର କ୍ୱେଟାରେ ରହୁଥିବା ତାଲିବାନର କିଛି ନେତା ନିଜର ନାମ ଗୋପନ ରଖି କହିଛନ୍ତି ଯେ ହୈବିତୁଲ୍ଲା କରୋନା ଯୋଗୁ ପ୍ରାଣ ହରାଇଛନ୍ତି ବୋଲି ସେମାନେ ମନେ କରୁଛନ୍ତି । କାରଣ ଗତ ତିନି ମାସ ହେଲା ସେ କୌଣସି ଅଡିଓ ବାର୍ତ୍ତା ଜାରି କରିନାହିଁ । ଏମିତିକି ଇଦ୍ ଅବସରରେ ବି ସେ କୌଣସି ବାର୍ତ୍ତା ଦେଇନାହିଁ । ଆଫଗାନ ସରକାର କିନ୍ତୁ ସୂଚନା ଦେଇଛନ୍ତି କି କେବଳ ହୈବିତୁଲ୍ଲା ନୁହେଁ, ତାଲିବାନର ସମସ୍ତ କମାଣ୍ଡର ଏବେ କରୋନା ଦ୍ୱାରା ପୀଡ଼ିତ ହୋଇଛନ୍ତି । ବିଶେଷକରି କାତାର ରାଜଧାନୀ ଦୋହାରେ ଥିବା ତାଲିବାନର କାର୍ୟ୍ୟାଳୟରେ ଯେଉଁ କମାଣ୍ଡରମାନେ ନିୟୋଜିତ ଥିଲେ, ସେମାନେ ସମସ୍ତେ ଏହାଦ୍ୱାରା ଆକ୍ରାନ୍ତ ହୋଇଛନ୍ତି ।
Comments are closed.