ଆଫଗାନିସ୍ତାନ : ଆଫଗାନିସ୍ତାନରେ ଘଡିକେ ଛୁଟୁଛି ଘୋଡା । ସରକାର ଗଠନ ନେଇ ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇ ଓ ତାଲିବାନ ନେତା ମୁଲ୍ଲା ଅବଦୁଲ ଘନି ବାରଦାରଙ୍କ ସହ ଆଲୋଚନା ହୋଇଛି । ସେପଟେ ପ୍ରତିରକ୍ଷା ମନ୍ତ୍ରୀ ଜେନରାଲ ବିସମିଲ୍ଲା ମହମ୍ମଦି ଏବେ ଚର୍ଚ୍ଚାକୁ ଆସିଛନ୍ତି । ସେ ଏବେ ତାଲିବାନ ଲାଗି ଏକ ବଡ ପ୍ରତିରୋଧକ ଭାବେ ଠିଆ ହୋଇଛନ୍ତି । ସେ କହିଛନ୍ତି, ଦେହ ସାଲେହ, ବାନୋ ଓ ପୁଲ ହେସାର ଜିଲ୍ଲାକୁ ସେମାନେ କବଜା କରିଛନ୍ତି ।
ଗୋଟିଏ ପଟେ ତାଲିବାନର ବର୍ବରତା ଆଉ ଗୋଟିଏ ପଟେ ରାଜନୈତିକ ଅସ୍ଥିରତା । ଏହାରି ମଧ୍ୟରେ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଆଫଗାନବାସୀ ନିଜର ଭାଗ୍ୟ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି । କାବୁଲରେ ତାଲିବାନର ବର୍ବରତା ସବୁ ସୀମା ଟପିଥିବା ବେଳେ ତାଲିବାନ ସରକାର ଗଠନ କରିବା ସମ୍ଭବ ନୁହେଁ ବୋଲି ଚର୍ଚ୍ଚା ହେଉଛି । କାରଣ, ଆଫଗାନିସ୍ତାନରେ ତାଲିବାନକୁ ବିରୋଧ ଆରମ୍ଭ ହୋଇଥିବା ବେଳେ, ଗୋଟିଏ ପରେ ଗୋଟିଏ ଦେଶ ଆତଙ୍କବାଦ ବିରୋଧରେ ମୋର୍ଚ୍ଚା ଖୋଲିବା ଆରମ୍ଭ କରିଛନ୍ତି । ଏଣୁ ସରକାର ଗଢିବା ପାଇଁ ଏବଂ ଭାବମୂର୍ତ୍ତି ସଜାଡିବା ପାଇଁ ପ୍ରୟାସ ଆରମ୍ଭ କରିଛି ତାଲିବାନ ।
ଆଫଗାନର ଅନେକ ନେତା ଓ ସେନା ଅଧିକାରୀଙ୍କ ସହ ତାଲିବାନର ଆଲୋଚନା ଜାରି ରହିଛି । ବିଶେଷକରି ତାଲିବାନ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ମହିଳା । ଏଣୁ ମହିଳାଙ୍କ ବିଶ୍ବାସଭାଜନ ହେବା ପାଇଁ ପ୍ରୟାସ ଜାରି ରଖିଛି ତାଲିବାନ । ସେପଟେ ବିଭିନ୍ନ ଦେଶର ନାଗରିକ ଓ ଆଫଗାନ୍ ନାଗରିକ ଦେଶ ଛାଡୁଥିବାରୁ ତାଲିବାନ ଏବେ ସେମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ଚେଷ୍ଟା କରୁଛି ।
Comments are closed.