Latest Odisha News

BREAKING NEWS

ତାଲିବାନର ନୂଆ ଫତଓ୍ୱା: ପୁରୁଷଙ୍କ ବିନା ଏସକର୍ଟରେ ମହିଳାଙ୍କୁ ଦୂର ଯାତ୍ରା ମନା

କାବୁଲ: ଆଫଗାନିସ୍ତାନକୁ ତାଲିବାନୀ ସରକାର ଫେରିବା ପରେ ନୂଆ ନୂଆ ନିୟମ କରୁଛନ୍ତି । ମହିଳାଙ୍କ ପାଇଁ ପୁଣି କଳା ନିୟମ ଲାଗୁ କରିଛନ୍ତି ତାଲିବାନୀ । ଏଣିକି ପୁରୁଷଙ୍କ ବିନା ଏସକର୍ଟରେ ଦୂର ଯାତ୍ରା କରି ପାରିବେ ନାହିଁ ଆଫଗାନ ମହିଳା । କୌଣସି ସ୍ଥାନକୁ ଦୂରଯାତ୍ରା ବେଳେ ମହିଳାଙ୍କ ସହ ଜଣେ ସମ୍ପର୍କୀୟ ପୁରୁଷ ଯିବା ବାଧ୍ୟତାମୂଳକ କରାଯାଇଛି ।

ତାଲିବାନ ନିୟମ ଅନୁସାରେ, ଆଫଗାନ ମହିଳାମାନେ ୭୨ କିଲୋମିଟରରୁ ଅଧିକ ବାଟ୍ ଯାତ୍ରା କରିବା ବେଳେ ସାଙ୍ଗରେ କେହି ପୁରୁଷଙ୍କୁ ନେବେ । ଏଥିପାଇଁ ଯାତ୍ରୀ ପରିବହନ କରୁଥିବା ଯାନଗୁଡ଼ିକୁ ଏକାକୀ ମହିଳାଙ୍କୁ ନନେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଲିବାନୀ । ସେହିପରି ହିଜାବ ନପିନ୍ଧିଲେ ମହିଳାଙ୍କୁ ଗାଡ଼ିମୋଟରରେ ଯାଆସ କରିବାକୁ ବାରଣ କରାଯାଇଛି ।

Leave A Reply

Your email address will not be published.