Latest Odisha News

BREAKING NEWS

ଭାରତର ଏହି ସ୍ଥାନରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତୀ

କର୍ଣ୍ଣାଟକ: ଆସ୍ଥା ଓ ଶ୍ରଦ୍ଧାରେ ଭରା ଆମ ଦେଶ ଭାରତ। ଭାରତୀୟ ସଂସ୍କୃତିର ବର୍ତ୍ତାବହ ସାଜିଛନ୍ତି ଏହାର ମନ୍ଦିର ସବୁ। ପ୍ରାୟତଃ ଆମ ଦେଶର ମନ୍ଦିର ଗୁଡିକ କିଛି ନା କିଛି କିମ୍ବଦନ୍ତୀକୁ ନିଜ ଭିତରେ ଚାପି ରଖିଥାନ୍ତି।

ରାମାୟଣ ରେ ବର୍ଣ୍ଣିତ କିସ୍କିନ୍ଦା କଥା ପ୍ରାୟ ସଭିଙ୍କର ଉଣା ଅଧିକେ ମନେ ଥିବ। ବର୍ତ୍ତମାନ ଏହା କର୍ଣ୍ଣାଟକ ରେ ଅବସ୍ଥିତ। ତେବେ ଏହିଠାରେ ନିର୍ମାଣ ହେବାକୁ ଯାଉଛି ଦେଶର ସବୁଠାରୁ ଉଚ୍ଚତମ ହନୁମାନ ମୂର୍ତ୍ତି ।

କର୍ଣ୍ଣାଟକର ବଲ୍ଲାରୀ ଜିଲ୍ଲାରେ ଅବସ୍ଥିତ ପୂରାଣ ପ୍ରସିଦ୍ଧ କିସ୍କିନ୍ଦା ଅଞ୍ଚଳ । ଏଠାରେ ହାମ୍ପି ଟ୍ରଷ୍ଟ ଦ୍ବାରା ତିଆରି ହେବାକୁ ଥିବା ଏହି ମୂର୍ତ୍ତିର ଉଚ୍ଚତା ରହିବ ପ୍ରାୟ ୨୧୫ ମିଟର ।

ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ ପୂଜାରୀ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ସହିତ ଆଲୋଚନା କରିବା​‌ ପରେ ଏହି ଘୋଷଣା କରିଛନ୍ତି ହନୁମାନ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସଭାପତି ସ୍ବାମୀ ଗୋବିନ୍ଦ ଆନନ୍ଦ ସରସ୍ବତୀ।

ଏହି ଉଚ୍ଚତମ ମୂର୍ତ୍ତି ପାଇଁ ପାଖାପାଖି ୧୨୦୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ଏହି ମୂର୍ତ୍ତି ସ୍ଥାପନ ପାଇଁ ଦେଶବ୍ୟାପି ଏକ ରଥ ପରିଭ୍ରମଣ କରାଯିବ । ସେହି ରଥ ଯାତ୍ରା ମାଧ୍ୟମରେ ସାଧାରଣ ଲୋକମାନଙ୍କ ଠାରୁ ଆର୍ଥିକ ସହଯୋଗ ପାଇଁ ନିବେଦନ ମଧ୍ୟ କରାଯିବ ବୋଲି ସ୍ୱାମୀ କହିଛନ୍ତି।

ଅଯୋଧ୍ୟ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ୨୨୧ ମିଟରର ହେଉଥିବା ଯୋଗୁଁ କିସ୍କିନ୍ଦାରେ ତିଆରି ହେବାକୁ ଥିବା ହନୁମାନଙ୍କ ମୂର୍ତ୍ତିର ଉଚ୍ଚତା ୨୧୫ ମିଟର ହିଁ ରହିବ ବୋଲି ଜଣାପଡିଛି।

Comments are closed.