Latest Odisha News

BREAKING NEWS

ସାଇବର ସେଲ୍‌ଙ୍କ ସମନ ପରେ ପ୍ରତିକ୍ରିୟା ରଖିଲେ ତମନ୍ନା

ମୁମ୍ବାଇ: ଆଇପିଏଲ ମ୍ୟାଚ୍‌ର ବେଆଇନ ଷ୍ଟ୍ରିମିଂ ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ତମନ୍ନା ଭାଟିଆ । ନିକଟରେ ଆଇପିଏଲ ମ୍ୟାଚ୍ର ବେଆଇନ ଷ୍ଟ୍ରିମିଂ ମାମଲାରେ ମହାରାଷ୍ଟ୍ର ସାଇବର ସେଲ୍‌ ତାଙ୍କୁ ସମନ ପଠାଇଥିବାବେଳେ ବର୍ତ୍ତମାନ ଅଭିନେତ୍ରୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ତମନ୍ନା ହାଜର ହେବା ପାଇଁ ମହାରାଷ୍ଟ୍ର ସାଇବର ସେଲ୍କୁ ଆଉ କିଛି ଦିନ ସମୟ ମାଗିଛନ୍ତି । ତେବେ ଅଭିନେତ୍ରୀ ଗଣମାଧ୍ୟମକୁ ଏପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।

ସୂଚନା ଅନୂଯାୟୀ ମହାରାଷ୍ଟ୍ର ସାଇବର ସେଲ୍ ବଲିଉଡ ଅଭିନେତ୍ରୀଙ୍କୁ ଫେୟାରପ୍ଲେରେ ୨୦୨୩ ଆଇପିଏଲ୍ ବେଆଇନ ଷ୍ଟ୍ରିମିଂ ସମ୍ପର୍କରେ ତମନ୍ନା ଭାଟ୍ଟିଆଙ୍କୁ ଏପ୍ରିଲ ୨୯ ତଥା ଆଜିର ଦିନରେ ସାଇବେଲ୍ ସେଲ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ ସେ ମୁମ୍ବାଇ‌ରେ ନଥିବାରୁ ହାଜର ହୋଇପାରିନାହାନ୍ତି। ତମନ୍ନାଙ୍କ ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ପଚରା ଉଚରା ପାଇଁ ଡାକିଥିଲା ସାଇବର ସେଲ୍ । କିନ୍ତୁ ସେ ତଦନ୍ତ ଅଧିକାରୀଙ୍କ ସାମ୍ନାରେ ହାଜର ହୋଇନଥିଲେ । ବ୍ୟକ୍ତିଗତ କାରଣ ଦର୍ଶାଇବା ସହ ସେ ମୁମ୍ବାଇ ବାହାରେ ଥିବାରୁ ତଦନ୍ତରେ ସାମିଲ ହୋଇପାରି ନ ଥିଲେ । ଫେୟାରପ୍ଲେ ଆପ ବ୍ୟବହାର କରିବାକୁ ବିଜ୍ଞାପନ ମାଧ୍ୟମରେ କହିଥିଲେ ଏହି ସମସ୍ତ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯାହା ଦ୍ବାରା ଆଇପିଏଲ ପ୍ରସାରଣର ଅଧିକାର ପାଇଥିବା ଭାୟାକମ ୧୮କୁ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା।

Leave A Reply

Your email address will not be published.