Latest Odisha News

BREAKING NEWS

ପାରଳାରେ ବିଗ୍ ଫାଇଟ୍

ଭୁବନେଶ୍ବର : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବିଧାନସଭା ଆସନରେ ଏଥର ଦେଖିବାକୁ ମିଳିବ ବଡ ଲଢେଇ । ବିଜେପି ଏଠାରୁ ବିଧାୟକ କେ. ନାରାୟଣ ରାଓଙ୍କୁ ପୁଣି ପ୍ରାର୍ଥୀ କରିଥିବା ବେଳେ ବିଜେଡିରୁ ରୂପେଶ ପାଣିଗ୍ରାହୀ ଓ କଂଗ୍ରେସରୁ ବିଜୟ ପଟ୍ଟନାୟକଙ୍କୁ ଟିକେଟ୍ ମିଳିଛି । ଗତଥର ସ୍ବାଧୀନ ପ୍ରାର୍ଥୀ ତିରୁପତି ପାଣିଗ୍ରାହୀଙ୍କୁ ୧୫ହଜାରରୁ ଅଧିକ ଭୋଟରେ ହରାଇଥିଲେ କେ. ନାରାୟଣ ରାଓ । ୨୦୦୯ରେ କେ ନାରାୟଣ ରାଓ ବିଜେଡିରୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ କଂଗ୍ରେସ ବାଜି ମାରିଥିବା ବେଳେ ୨୦୧୯ରେ କେ ନାରାୟଣ ରାଓଙ୍କୁ ଟିକେଟ୍ ଦେଇନଥିଲା ବିଜେଡି । ସେ ଦଳ ଛାଡି ବିଜେପିରେ ମିଶିବା ସହ ଦଳୀୟ ଟିକେଟରେ ଲଢି ବିଜୟ ହାସଲ କରିଥିଲେ। ଏଥର ମୋଦିଙ୍କ ଗ୍ୟାରେଣ୍ଟିକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି ।

ଗତଥର ସ୍ବାଧୀନ ପ୍ରାର୍ଥୀ ଭାବେ ଦ୍ବିତୀୟ ସ୍ଥାନରେ ରହିଥିବା ଉଦ୍ୟୋଗୀ ତିରୁପତି ପାଣିଗ୍ରାହୀଙ୍କ ପୁଅ ରୂପେଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରିଛି ବିଜେଡି । ୨୦୧୯ରେ ରାଜପରିବାରର କଲ୍ୟାଣି ଗଜପତିଙ୍କୁ ପ୍ରାର୍ଥୀ କରିଥିବା ବିଜେଡି ଏଥର ଯୁବ ଚେହେରାଙ୍କୁ ଟିକେଟ୍ ଦେଇଛି । ନବୀନ ପଟ୍ଟନାୟକଙ୍କ ସ୍ବଚ୍ଛ ଶାସନ ଓ ଜନମଙ୍ଗଳକାରୀ ଯୋଜନା ଆଧାରରେ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ରୂପେଶ।

ପାରଳାରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ । ଦିନେ କଂଗ୍ରେସର ଗଡ ଥିବା ପାରଳାଖେମୁଣ୍ଡିରେ ଅଣକଂଗ୍ରେସ ଦଳଙ୍କ ପତିଆରା ବଢିଛି । ତେଣୁ ପାରଳାରେ ପୁଣି କଂଗ୍ରେସର କମବ୍ୟାକ କରାଇବାକୁ ଜୋରଦାର ଉଦ୍ୟମ କରୁଛନ୍ତି ବିଜୟ ପଟ୍ଟନାୟକ । କଂଗ୍ରେସରୁ ବିଜୟ ପାରଳାଖେମୁଣ୍ଡିରୁ ପ୍ରାର୍ଥୀ ହେବା ପରେ ପ୍ରଚାର ମଇଦାନରେ ଆକ୍ଟିଭ ରହିଛନ୍ତି ।

Leave A Reply

Your email address will not be published.