Latest Odisha News

ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ:ଯୋଗୀ

କେନ୍ଦ୍ରାପଡ଼ା :ଓଡ଼ିଶାରେ ଚାଲିଛି ବାବୁରାଜ ଶାସନ । ଓଡ଼ିଶାର ଅସ୍ମିତା ସହ ଖେଳୁଛନ୍ତି ତାମିଲ ବାବୁ । ଓଡ଼ିଶାକୁ ଆଗକୁ ନୁହେଁ ପଛକୁ ନେବା ତାମିଲବାବୁଙ୍କ ଉଦ୍ଦେଶ୍ୟ । କିଛି ଏମିତି କହି ଯୋଗୀ ଆଦିତ୍ୟନାଥ ରାଜ୍ୟସରକାରଙ୍କୁ ଆକ୍ରମଣ କରିଛନ୍ତି କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆ ସଭାରେ ।

ବାଣପୁର ପରେ କେନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର କୁଳିଆ ସଭାରେ ଯୋଗ ଦେଇ ଯୋଗୀ ଆଦିତ୍ୟନାଥ ଜନସଭାକୁ ସମ୍ବୋଧିତ କରିଛନ୍ତି । ପ୍ରଥମେ ଜୟ ଜଗନ୍ନାଥ, ଜୟ ଶ୍ରୀରାମ କହି ନିଜର ବକ୍ତବ୍ୟ ଆରମ୍ଭ କରିଛନ୍ତି  । କେନ୍ଦ୍ରାପଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇବାକୁ ଉତ୍ତରପ୍ରଦେଶ ଆସିଛି  କହିଲେ ଯୋଗୀ । ସେ କହିଛନ୍ତି, ଉତ୍ତରପ୍ରଦେଶ ମଡେଲର ବୁଲ୍‌ଡୋଜର ମୁଁ ଆସିବା ପୂର୍ବରୁ ଏଠି ପହଞ୍ଚି ଗଲାଣି ।

ଗଣତନ୍ତ୍ର ଶାସନ ବ୍ୟବସ୍ଥାରେ ବାବୁରାଜ ଶାସନ ଚାଲିଲେ ଅବ୍ୟବସ୍ଥା ବଢ଼ିବ । ବାବୁରାଜ ଶାସନରେ  ଗରିବଙ୍କ ଶୋଷଣ, ମାଫିଆରାଜ ଚାଲିଥାଏ । ୨୫ ବର୍ଷ ହେଲାଣି ବାବୁରାଜ ଓଡ଼ିଶା ଶାସନକୁ ନିଜ କବ୍‌ଜାକୁ ନେଇଯାଇଛି  । ଏ ବାବୁରାଜ ଓଡ଼ିଶାର ବିକାଶକୁ ୫୦ ବର୍ଷ ପଛକୁ ନେଇଯାଇଛି କହିଛନ୍ତି ଯୋଗୀ । ଆପଣମାନଙ୍କ ପାଖରେ ଏକ ଅବସର ଅଛି ଆପଣ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଠନ କରନ୍ତୁ  । ଓଡ଼ିଶାର ବିକାଶ, ଅସ୍ମିତା ଆଗକୁ ନେବାକୁ ବୈଜୟନ୍ତ ପଣ୍ଡା ଅଛନ୍ତି । କେନ୍ଦ୍ରାପଡ଼ାରେ ବୈଜୟନ୍ତଙ୍କୁ ବିଜୟୀ କରି ମୋଦିଙ୍କ ଚାରିଶ ସିଟ୍ ସଫଳ କରନ୍ତୁ । ମୋଦିଙ୍କ ଶାସନରେ ସୀମା ସୁରକ୍ଷିତ, ଆତଙ୍ଗବାଦ ସମାପ୍ତ ହୋଇଛି । ପାକିସ୍ତାନ ଜାଣିଛି, ଏ ନୂଆ ଭାରତରେ ବଦମାସୀ ଚଳିବନି । ଏ ହେଉଛି  ମୋଦିଙ୍କ ଭାରତ । ଏଠାରେ ଯିଏ ବଦମାସୀ କରିବ ତାକୁ ଛଡାଯିବନି  ।

ନବୀନ ବାବୁ ଏ ବୟସରେ କଣ କରୁଛନ୍ତି କିଛି ବୁଝାପଡୁନି ବୋଲି କହିଛନ୍ତି ଯୋଗୀ  ।ଆୟୁଷ୍ମାନ ଭାରତ ସୁବିଧା ଭାରତରେ ସମସ୍ତେ ପାଉଛନ୍ତି  । କିନ୍ତୁ ଓଡିଶାରେ ନବୀନ ପଟ୍ଟନାୟକଙ୍କ ସରକାର ଆୟୁଷ୍ମାନ ଭାରତ  ଲାଗୁ କଲେନି । କାରଣ ଏଠିକାର ତାମିଲ ବାବୁ ଆୟୁଷ୍ମାନ ଭାରତ ଲାଗୁ କରିବାକୁ ଦେଲେନି । ଆୟୁଷ୍ମାନ ଭାରତ ଲାଗୁ କଲେ ତାଙ୍କ କମିଶନବାଜି ବନ୍ଦ ହୋଇଯିବ ବୋଲି ସେମାନେ ଓଡ଼ିଶାରେ ଏହାକୁ ଲାଗୁ କରାଇ ଦେଉ ନାହାନ୍ତି ବୋଲି ସେ ଶାଣିତ ସ୍ୱରରେ ସମାଲୋଚନା କରିଛନ୍ତି।ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ହତ୍ୟାକାରୀକୁ ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି ।  ବାବୁ ରାଜ ଏଠି ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ ମାଫିଆଙ୍କୁ ପ୍ରଶ୍ରୟ ଦେଉଛନ୍ତି । ଏଠିକା ବିଜୁଳି ଓଡ଼ିଶା ଲୋକଙ୍କୁ ମହଙ୍ଗା, ବାହାର ରାଜ୍ୟକୁ ଶସ୍ତା ଦିଆଯାଉଛି ବୋଲି କହିଛନ୍ତି ଯୋଗୀ ।

Leave A Reply

Your email address will not be published.