Latest Odisha News

BREAKING NEWS

ଯେବେ ବିଜେପି ନିର୍ବାଚନ ହାରିବାକୁ ଯାଏ ସେତେବେଳେ ଶାସକ ଦଳ ଉପରେ ମିଛ ଅଭିଯୋଗ କରିଥାଏ: ବିଜେଡି

ଭୁବନେଶ୍ଵର: ଚଳିତ ନିର୍ବାଚନରେ ଦୁଇଟି ପର୍ଯ୍ୟାୟ ସରିଛି। ତୃତୀୟ ପର୍ଯ୍ୟାୟ ପାଇଁ ଆଜି ପ୍ରଚାରର ଶେଷ ଦିନ । ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ତୃତୀୟ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । କିନ୍ତୁ ଏବେଠାରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପରାଜୟ ସୁନିଶ୍ଚିତ ହେଲାଣି । ଯେବେ ବିଜେପି ନିର୍ବାଚନ ହାରିବାକୁ ଯାଏ ସେତେବେଳେ ଶାସକ ଦଳ ଉପରେ ମିଛ ଅଭିଯୋଗ କରିଥାଏ । ଏହା ସେମାନଙ୍କର ଚିରାଚରିତ ଢଙ୍ଗ ବୋଲି କହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ବର୍ଷିଛି ବିଜେଡି ।

ବିଜେଡି କହିଛି ଯେ, ହାରିବା ଭୟରେ ସରକାରୀ କଳ ବ୍ୟବହାର, ଟଙ୍କା ବଣ୍ଟନ କଥା କହିଥାଏ ବିଜେପି । କେନ୍ଦ୍ରମନ୍ତ୍ରୀଙ୍କ ଉପରେ ଲୋକଙ୍କ ଅସନ୍ତୋଷ ବା ଆକ୍ରୋଶ ଅଛି । ସମ୍ବଲପୁର ଲୋକସଭାରେ ଯେଉଁ ପରି କେନ୍ଦ୍ର ବିକାଶ କରିବା କଥା, ତାହା ହୋଇନି । ପ୍ରଚାର ସମୟରେ ବିଜେପି ଅନୁଭବ କରିଥିବ ଯେ ଅସନ୍ତୋଷର କାରଣ ହେଉଛି ପ୍ରାର୍ଥୀ ଓ ନିଜେ ବିଜେପି । ଜାତୀୟ ରାଜପଥ -୫୫ କଥା ଅଞ୍ଚଳରେ ବାରମ୍ବାର ଲୋକଙ୍କ ପାଖରେ ଉଠୁଛି । କେନ୍ଦ୍ର ସରକାରଙ୍କ ତତ୍ୱାବଧାନରେ କଟକରୁ ସମ୍ବଲପୁର ଯାଏଁ ଏହି କାମ ହେବା କଥା । କେତେ ଜୀବନ ଦୁର୍ଘଟଣାରେ ଯାଉଛି । ଅସମ୍ପୂର୍ଣ୍ଣ କାର୍ଯ୍ୟ ପାଇଁ ଲୋକଙ୍କ ଆକ୍ରୋଶ ଅଛି । ଧର୍ମେନ୍ଦ୍ର ଶିକ୍ଷା ମନ୍ତ୍ରୀ, ହେଲେ ସମ୍ବଲପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିଲା ନାହିଁ । ସେ ଦକ୍ଷତା ବିକାଶ ମନ୍ତ୍ରୀ ହେବା ସତ୍ୱେ, ସମ୍ବଲପୁରରେ ଦକ୍ଷତା ବିକାଶ କେନ୍ଦ୍ର ହେଲାନି ବୋଲି କହିଛି ବିଜେଡି ।

ବିଜେଡି ଆହୁରି ମଧ୍ୟ କହିଛି ଯେ, ସମଲେଶ୍ୱରୀ ଓ ଶ୍ରୀମନ୍ଦିର କାମକୁ ଧର୍ମେନ୍ଦ୍ର ଓ ବିଜେପି ବିରୋଧ କଲେ । ଆଜି ମନ୍ଦିରର ଯେଉଁ ନବୀକରଣ ହୋଇଛି, ତାହା ଦେଖିଲା ଭଳି ହୋଇଛି । ମହାନଦୀ କୋଲ ଫିଲଡ଼ସ, ଓଡ଼ିଶାରୁ କୋଇଲା ଉତ୍ପାଦନ ହେଉଛି । ହେଲେ CSR ଫଣ୍ଡର ଖର୍ଚ୍ଚ ଲୋକଲୋଚନକୁ ଆସିଲା ନାହିଁ । ରୋଜଗାର ନେଇ MCL ସ୍ଥାନୀୟ ଲୋକଙ୍କୁ ସୁଯୋଗ ଦେଲା ନାହିଁ । ମଧ୍ୟପ୍ରଦେଶ ଓ ବିହାର ଯୁବକ ପାଇଲେ ନିଯୁକ୍ତି । କାରଣ ମଧ୍ୟପ୍ରଦେଶ ଓ ବିହାରରୁ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟସଭା ଯାଇଥିଲେ । ସେ ଅନୁଭବ କରୁଥିବେ, ୧୦ ବର୍ଷ NDA ସରକାର ଯଦି ଏହି କାମ କରିଥାନ୍ତା, ତେବେ ଅସନ୍ତୋଷ ହୋଇ ନଥାନ୍ତା । ପରାଜୟ ଭୟରେ ନିଜକୁ ନିବୃତ ରଖି ମିଛ ଅଭିଯୋଗ ଆଣୁଛନ୍ତି ବିଜେପି । ସମ୍ବଲପୁର ଲୋକସରେ ବିଜେପିର ପରାଜୟ ପକା ବୋଲି ଦୃଢତାର ସହ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡି ନେତା ଭୃଗୁ ବକ୍ସିପାତ୍ର ଓ ବିଜେଡି ମୁଖପାତ୍ର ସ୍ୱୟଂ ପ୍ରକାଶ ମହାପାତ୍ର ।

 

 

 

Leave A Reply

Your email address will not be published.