Latest Odisha News

BREAKING NEWS

ତାମିଲ ସିନେମାରେ ଓଡ଼ିଆ ହିରୋ ସବ୍ୟସାଚୀ

ଭୁବନେଶ୍ୱର: ଓଡିଶା ସିନେ ଜଗତର ସୁପରଷ୍ଟାର ସବ୍ୟସାଚୀ ନିଜ ଫିଲ୍ମ କ୍ୟାରିଅରରେ ଆଉଗୋଟେ ପାଦ ଆଗକୁ ଯାଇଛନ୍ତି ।

ତାମିଲ ସିନେମାରେ ଅଭିନୟ କରିବାକୁ ଯାଉଛନ୍ତି ସବ୍ୟସାଚୀ ।

ତାମିଲ ସିନେମା ‘ନାଦିର ଧିନା’ରେ ନଜର ଆସିବେ ସବ୍ୟ। ‘ନାଦିର ଧିନା’ରେ ସବ୍ୟସାଚୀ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଓଡ଼ିଆ ସିନେ ଜଗତରେ ନିଜ ଅଭିନୟର ଯାଦୁ ଦେଖାଇବା ସହ ସବ୍ୟସାଚୀ ଅନେକ ବଙ୍ଗାଳୀ ଓ ତେଲୁଗୁ ସିନେମାରେ ପୂର୍ବରୁ ଅଭିନୟ କରିଛନ୍ତି ।

ଏହାର ଟ୍ରିଜର ନିକଟରେ ରିଲିଜ ହୋଇଛି । ଏହାକୁ ସୋସିଆଲ ମିଡିଆରେ ସବ୍ୟ ସେୟାର କରି ନିଜ ପ୍ରଶଂସକଙ୍କ ଶୁଭକାମନା ଆଶା କରିଛନ୍ତି ।

ପ୍ରଥମେ ଓଡିଆ ଆଲବମ ଗୀତରୁ ନିଜର କ୍ୟାରିଅର ଆରମ୍ଭ କରିଥିବା ସବ୍ୟସାଚୀ ପରେ ଜଣେ ଲୋକପ୍ରିୟ ଅଭିନେତା ହୋଇପାରିଥିଲେ ।

ଅତୀତରେ ସବ୍ୟଙ୍କ ‘ମୁ ଏକା ତୁମର’ ଚଳଚ୍ଚିତ୍ର ଶ୍ରେଷ୍ଠ ସିନେମା ଭାବେ ପୁରସ୍କୃତ ହୋଇଥିଲା ।

Leave A Reply

Your email address will not be published.