Latest Odisha News

BREAKING NEWS

ସିୟୁଇଟି ପରୀକ୍ଷା ବ୍ୟବସ୍ଥା ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଷ୍ଟାଲିନ

ଏହି ପରୀକ୍ଷା ପିଲାଙ୍କ ଉପରେ ବୋଝ ଲଦୁଛି । ଜାତୀୟ ସ୍ତରୀୟ ନାମଲେଖା ପ୍ରକ୍ରିୟାରେ ଭାଗ ନେବା ଲାଗି ଏନସିଇଆରଟି ସିଲାବସ ପଢ଼ିବାକୁ ବାଧ୍ୟ କରୁଛି ।

ଚେନ୍ନାଇ: ତାମିଲାନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ସିୟୁଇଟି(କମନ ୟୁନିଭରସିଟି ଏଣ୍ଟ୍ରାସ ଏକଜାମ)କୁ ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି । ଷ୍ଟାଲିନ ଚିଠିରେ କାରଣ ଦର୍ଶାଇଛନ୍ତି ଯେ, ଏହି ପରୀକ୍ଷା ପିଲାଙ୍କ ଉପରେ ବୋଝ ଲଦୁଛି । ଏବଂ ଜାତୀୟ ସ୍ତରୀୟ ନାମଲେଖା ପ୍ରକ୍ରିୟାରେ ଭାଗ ନେବା ଲାଗି ଏନସିଇଆରଟି ସିଲାବସ ପଢ଼ିବାକୁ ବାଧ୍ୟ କରୁଛି ।

ୟୁଜିସି ସବୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟକୁ ସିୟୁଇଟି ପରୀକ୍ଷା ଫଳ ହିସାବରେ ଆଡମିଶନ କରେଇବାକୁ ନିର୍ଦ୍ଦେଶ ଦେବା ପରେ ଷ୍ଟାଲିନ ଏହି ଚିଠି ଲେଖିଛନ୍ତି ।

ରାଜ୍ୟ ଗୁଡ଼ିକର ବିଭିନ୍ନ ପ୍ରକାର ସିଲାବସ ପଢ଼ନ୍ତି । ରାଜ୍ୟ ସିଲାବସ ପଢୁଥିବା ପିଲାଙ୍କ ସଂଖ୍ୟା ପ୍ରାୟ ୮୦ ପ୍ରତିଶତ । ରାଜ୍ୟ ସିଲାବସରେ ପଢୁଥିବା ପିଲାମାନେ ଅଧିକାଂଶ ନିମ୍ନ ବର୍ଗର ଅଟନ୍ତି । ଏଭଳି ଜାତୀୟ ସ୍ତରୀୟ ପରୀକ୍ଷା ଯାହା ଏନସିଇଆରଟି ଦ୍ୱାରା ପରିଚାଳନା କରାଯାଉଛି । ସେଠାରେ ଏହି ବର୍ଗର ଛାତ୍ରଛାତ୍ରୀ ପଛୁଆ ହୋଇଯିବେ । କାରଣ ଏଭଳି ପରୀକ୍ଷା ଲାଗି ତାଙ୍କୁ ଘରୋଇ କୋଚିଂ ଉପରେ ନିର୍ଭର କରିବାକୁ ପଡ଼ିବ ।

ତାମିଲନାଡୁ କ୍ଷେତ୍ରରେ ତ ଅଧିକାଂଶ ଛାତ୍ରଛାତ୍ରୀ ଏହି ଦୌଡ଼ରେ ପଛରେ ପଡ଼ିଯିବେ ବୋଲି ଷ୍ଟାଲିନ ଉଲ୍ଲେଖ କରିଛନ୍ତି । ଏହି ପରୀକ୍ଷା ଗୁଡ଼ିକ ରାଜ୍ୟର ନିମ୍ନ ପଛୁଆ ବର୍ଗଙ୍କ ବିରୋଧୀ ହୋଇଯିବ । ଆଉ ଅଣ-କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଏହି ନିୟମକୁ ଲାଗୁ କରିବା, ଏହି କେନ୍ଦ୍ରୀୟ ପ୍ରକ୍ରିୟାକୁ ଅଧିକ ଦୃଢ଼ କରୁଛି ।

ଏଭଳି ବ୍ୟବସ୍ଥା, ରାଜ୍ୟ ସିଲାବସ ହିସାବରେ ଚାଲୁଥିବା ସ୍କୁଲ ଗୁଡ଼ିକୁ ଅଣଦେଖା କରିବା ସହ ଘରୋଇ କୋଚିଂ ଓ ଶିକ୍ଷାନୁଷ୍ଠାନ ସ୍ୱାର୍ଥରେ କାର୍ଯ୍ୟ କରିବ । ଏହି ପରୀକ୍ଷା ବ୍ୟବସ୍ଥା ରାଜ୍ୟ ଗୁଡ଼ିକର ସିଲାବସ ଓ ସ୍କୁଲ ଶିକ୍ଷାକୁ ଅଣଦେଖା କରୁଛି । ଏହି କାରଣ ସବୁ ଦର୍ଶାଇ ସିୟୁଇଟି ପରୀକ୍ଷା ବ୍ୟବସ୍ଥେ ଉଚ୍ଛେଦ କରିବାକୁ ପ୍ରଧାନମନ୍ତ୍ରୀଙ୍କୁ ଦାବି କରିଛନ୍ତି ଷ୍ଟାଲିନ ।

Leave A Reply

Your email address will not be published.