Latest Odisha News

BREAKING NEWS

ଭାରତରେ ପ୍ରଥମ XE ଭାରିଆଣ୍ଟ ମୁମ୍ବାଇରେ ଚିହ୍ନଟ, ସଂକ୍ରମିତ ଜଣକ ମହିଳା

ମୁମ୍ବାଇ : ଦେଶରେ ପୁଣି କୋରନା ବିସ୍ପୋରଣ । ଭାରତରେ ପ୍ରଥମ XE ଭାରିଆଣ୍ଟ ଚିହ୍ନଟ ହୋଇଛି । ଏହା ପୁଣି ମୁମ୍ବାଇରେ ଚିହ୍ନଟ ହୋଇଛି । ବୃହ ମୁମ୍ବାଇ ମ୍ୟୁନିସପାଲ କର୍ପୋରେସନ ବିଜ୍ଞପ୍ତିରୁ ଏନେଇ ସୂଚନା ମିଳିଛି । ଜଣେ ମହିଳାଙ୍କ ଠାରେ ଏହି ଭାରିଆଣ୍ଟ ପରିଲକ୍ଷୀତ ହୋଇଛି । ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ । କିନ୍ତୁ ଜଣା ପଡିଛି ଏହି ମହିଳା ଜଣକ କରୋନା ଟିକା ନେଇ ସାରିଛନ୍ତି । ଏହା ପରେ ବି ସେ ସଂକ୍ରମିତ ହୋଇଛନ୍ତିା ମହିଳା ଜଣକ ଆ ସିମଟୋମେଟିକ୍ । ତାଙ୍କ ଦେହରେ କରୋନାର କୌଣସି ଲକ୍ଷଣ ପରୀଲକ୍ଷିତ ହେଉନାହିଁ ।

ମହିଳା ଜଣକ କଷ୍ଟୁମ୍ୟ ଡିଜାଇନର ଅଟନ୍ତି । ଏହା ସହ ମହିଳା ଜଣକ ସୁିଟିଂ କ୍ରିୟୁ ଟିମର ମେମ୍ବର ମଧ୍ୟ ଅଟନ୍ତି । ସୂଚନା ଅନୁସାରେ ମହିଳା ଜଣକ ୧୦ ଫେବୃଆରୀ ୨୦୨୨ରେ ଦକ୍ଷୀଣ ଆଫ୍ରିକାରୁ ଫେରିଥିଲେ । ହେଲେ ଏହା ପୂର୍ବରୁ ତାଙ୍କର କୌଣସି ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସୂଚନା ମିଳିନାହିଁ ।

ସେପଟେ ବିଶ୍ୱ ସ୍ୱାସ୍ଥ ସଙ୍ଗଠନର ଜାରି ହୋଇଥିବା ରିପୋର୍ଟ ଅନୁସାରେ କୋଭିଡର ଅନ୍ୟ ସମସ୍ତ ଭାରିଆଣ୍ଟ ଠାରୁ ଏହା ଅଧିକ ସଂକ୍ରାମକ । ବିଶ୍ୱର ପ୍ରଥମ XE ଭାରିଆଣ୍ଟ ଜାନୁଆରୀ ୧୯ ତାରିଖରେ ପ୍ରଥମେ ୟୁକେରେ ଚିହ୍ନଟ ହୋଇଥିଲା । ।କୋଭିଡର ଦ୍ୱିତୀୟ ମ୍ୟୁଟାଣ୍ଟ ଭାବେ ପରିଚିତ XE ଭାରିଆଣ୍ଟ । ନୂଆ ମ୍ୟୁଟେଣ୍ଟ ଏକ୍ସ ଇ ଓମିକ୍ରନର ସବୁ ଭାରିଆଣ୍ଟ ବିଏ .୨ ଠାରୁ ୧୦ ଗୁଣା ଅଧିକ ସଂକ୍ରାମକ ଥିବା ଜଣାପଡିଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ପକ୍ଷରୁ ସତର୍କ କରାଯାଇଛିା

Leave A Reply

Your email address will not be published.