Latest Odisha News

BREAKING NEWS

ମାର୍ଚ୍ଚ ୩୧ ଯାଏଁ ବଢିଲା ଲକଡାଉନ

ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବାକୁ ଯାଇ ତାମିଲନାଡୁ ସରକାର ମାର୍ଚ୍ଚ ୩୧ ଯାଏଁ ଲକଡାଉନ ବୃଦ୍ଧି କରିଛନ୍ତି। ହେଲେ ଅଫିସ, ଦୋକାନ, ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ଗୁଡିକରେ କାର୍ଯ୍ୟ ଜାରି ରହିବ।

ରାଜ୍ୟ ସରକାର ନୂଆ ନିର୍ଦ୍ଦେଶରେ କରୋନା କଟକଣାକୁ କଡାକଡି ଭାବେ ପାଳନ କରାଯିବା ସହ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି।

ପୂର୍ବରୁ ୨୦୨୧ ମସିହା ଫେବୃଆରୀ ୨୮ ତାରିଖ ପର୍ଯ୍ୟନ୍ତ ସଟଡାଉନ ଲାଗୁ କରାଯାଇଥିଲା।

ତେବେ ଆସନ୍ତା ଏପ୍ରିଲ ୬ରେ ବିଧାନସଭା ନିର୍ବାଚନ ଲାଗି ମତଦାନ ହେବାକୁ ଥିବା ବେଳେ ଏହା ପୂର୍ବରୁ ତାମିଲନାଡୁ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

Comments are closed.