Latest Odisha News

BREAKING NEWS

[ଭିଡିଓ] ଚଳନ୍ତା ଗାଡି, ସ୍କୁଲ୍ ଛାତ୍ରୀ ବିଅର ପିଉଛନ୍ତି ଧାଡିକିଧାଡି

ସୋସିଆଲ୍ ମିଡିଆରେ ଚହଳ ଖେଳାଇଥିବା ଏହି ଭିଡିଓଟି ତାମିଲନାଡୁରୁ ଆସିଥିବା ଜଣାପଡିଛି

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ଭିଡିଓ ବହୁଳ ମାତ୍ରାରେ ଭାଇରାଲ୍ ହୋଇଛି । ଏହି ଭିଡିଓରେ ଏକାଧିକ ଅଳ୍ପ ବୟସ୍କା ଝିଅମାନେ ସ୍କୁଲ୍ ଡ୍ରେସରେ ନଜର ଆସିଛନ୍ତି । ହେଲେ ସବୁଠୁ ଚକିତକର ଘଟଣା ହେଉଛି ସ୍କୁଲ ବସରେ ୟୁନିଫର୍ମ ପିନ୍ଧା ଏହି ଝିଅମାନେ ବିଅର ପିଇବାର ଭିଡିଓ ସୋସିଆଲ୍ ମିଡିଆରେ ଘୁରି ବୁଲୁଛି ।

ସୋସିଆଲ୍ ମିଡିଆରେ ଚହଳ ଖେଳାଇଥିବା ଏହି ଭିଡିଓଟି ତାମିଲନାଡୁରୁ ଆସିଥିବା ଜଣାପଡିଛି । ଗତ ମଙ୍ଗଳବାର ଦିନ ଏହି ଘଟଣା ଘଟିଥିବା ନେଇ ପୋଲିସ ତରଫରୁ ସୂଚନା ରହିଛି । ସ୍କୁଲ୍ ଛାତ୍ରଛାତ୍ରୀମାନେ ଥିରୁକାଝୁକୁନ୍ଦ୍ରମରୁ ଥଚୁର୍ ଫେରୁଥିବା ସମୟରେ ଗାଡିରେ ବିଅର ପିଇଥିବା ତଦନ୍ତରୁ ଜଣାପଡିଛି ।

ଏହି ଘଟଣାକୁ ନେଇ ଉଭୟ ପୋଲିସ ଓ ଚେଙ୍ଗାଲପାଟ୍ଟୁ ଜିଲ୍ଲା ଶିକ୍ଷାଧିକାରୀ ରୋଜ୍ ନିର୍ମଲା ତଦନ୍ତ ଚଳାଇଛନ୍ତି । ତେବେ ଘଟଣାଟି ସ୍କୁଲ୍ ପରିସର ବାହାରେ ଘଟିଥିବାରୁ ପ୍ରାଥମିକ ତଦନ୍ତ ଭାର ପୋଲିସ ହାତରେ ଥିବା ରୋଜ୍ ନିର୍ମଲା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.