Latest Odisha News

BREAKING NEWS

ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଭେଟିବା ପରେ ଅବସର ନିଷ୍ପତିରୁ ଓହରିଲେ ତାମିମ

ଢ଼ାକା: ବିଶ୍ୱକପ ପୂର୍ବରୁ ଗୁରୁବାର ବାଂଲାଦେଶର ଷ୍ଟାର ଖେଳାଳି ତାମିମ ଇକବାଲ ହଠାତ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରି ଦେଇଥିଲେ । ସେ କେଉଁ କାରଣ ପାଇଁ ଏହି ନିଷ୍ପତି ନେଲେ ତାହା ସ୍ପଷ୍ଟ ହୋଇ ନାହିଁ । ତେବେ ଶୁକ୍ରବାର ପ୍ରଧାନମନ୍ତ୍ରୀ ଶେଖ ହସୀନାଙ୍କୁ ଭେଟିବା ପରେ ତାମିମ ଅବସର ନିଷ୍ପତିରୁ ୟୁ ଟର୍ଣ୍ଣ ନେଇଛନ୍ତି । ତାମିମ ପତ୍ନୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଘରକୁ ଯାଇଥିଲେ । ବାଂଲାଦେଶର ପୂର୍ବତନ ଅଧିନାୟକ ମଶରିଫ ମୋର୍ତାଜା ଓ ବୋର୍ଡ ଅଧ୍ୟକ୍ଷ ନଜମୁଲ ହସନ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ । ପ୍ରଧାନମନ୍ତ୍ରୀ ଅବସର ନିଷ୍ପତିରୁ ଓହରିଯିବା ପାଇଁ ମୋତେ କହିଲେ । ତାଙ୍କ ନିଷ୍ପତିକୁ ସମ୍ମାନ ଜଣାଇ ମୁଁ ଅବସରରୁ ଓହରି ଆସିଲି ବୋଲି ତାମିମ କହିଛନ୍ତି ।

ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ପାଇଁ ଲିଟଂନ ଦାସଙ୍କୁ ଅଧିନାୟକ କରାଯାଇଥିଲା । ଏହା ଚଳିତ ମାସ ୮ ତାରିଖରେ ଖେଳାଯିବ । ଏହି ମ୍ୟାଚରେ ତାମିମ ଖେଳିବେ କି ନାହିଁ ତାହା ସ୍ପଷ୍ଟ ହୋଇନି । ସୂଚନାଯୋଗ୍ୟ, ବାଂଲାଦେଶ ପକ୍ଷରୁ ସର୍ବାଧିକ ଶତକ ଓ ରନ ତାମିମଙ୍କ ନାମରେ ରହିଛି ।

Leave A Reply

Your email address will not be published.