Latest Odisha News

BREAKING NEWS

ଯୁବତୀ ଜଣଙ୍କୁ ବାଃ ବାଃ ! ଏ ସିଂହ ନା ପୋଷା କୁକୁର !

ନୂଆଦିଲ୍ଲୀ : ଅନେକ ସମୟରେ ସୋଶିଆଲ ମିଡିଆରେ ବନ୍ୟ ଜନ୍ତୁଙ୍କ ସହ ଜଡ଼ିତ ଭିଡିଓ ଦେଖିବାକୁ ମିଳିଥାଏ । କେତେବେଳେ ଏହି ଭିଡିଓ ଦେଖି ମଜା ଲାଗିଥାଏ ତ କେତେବେଳେ ଭୟ ବି ଲାଗିଥାଏ  । ସେହିଭଳି ଏକ ଭିଡିଓ ଆମ ନଜରକୁ ଆସିଛି  । ଯାହାକୁ ଦେଖି ଆପଣ ଚକିତ ହୋଇଯିବେ  । ନିକଟରେ ଏକ ସୋଶିଆଲ ମିଡିଆରେ ବେଶଖ ଭାଇରାଲ ହେବାରେ ଲାଗିଛି । ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ଯୁବତୀ ତିନିଟି ସିଂହଙ୍କୁ ନିଜ ପୋଷା କୁକୁର ଭଳି ସାଙ୍ଗ​‌ରେ ଧରି ବୁଲାଉଥିବା ଦେଖିବାକୁ ମିଳିଛି ।

ସିଂହ ହେଉଛି ଜଙ୍ଗଲର ରାଜା, ତା’ ନାଁ ଶୁଣିଲେ ଲୋକେ ଭୟରେ ଥରନ୍ତି। ହେଲେ ଏହି ଦୃଶ୍ୟରେ ସମ୍ପୂର୍ଣ୍ଣ ବୀପରିତ ଦେଖିବାକୁ ମିଳିଛି  । ଭାଇରାଲ ହେଉଥିବା ଭିଡିଓରେ ଗୋଟିଏ ଜଙ୍ଗଲରେ ତିନିଟି ଭୟଙ୍କର ସିଂହଙ୍କୁ ଭ୍ରମଣରେ ନେଇ ଯାଉଛନ୍ତି । ଇନ୍‌ଷ୍ଟାଗ୍ରାମରେ ଏହି ଭିଡିଓକୁ girlfromparadise9 ନାମକ ଆକାଉଣ୍ଟରୁ ଶେୟାର କରାଯାଇଛି। ଏହାକୁ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷରୁ ଊର୍ଦ୍ଧ୍ବ ଲୋକ ଲାଇକ୍‌ କରି ସାରିଛନ୍ତି ।

ଏହି ଭିଡିଓକୁ ଦେଖି ୟୁଜର୍ସ ମାନେ ଭିନ୍ନ ଭନ୍ନ କମେଣ୍ଟ ଦେଇଛନ୍ତି । ଜଣେ ୟୁଜର ଲେଖିଛନ୍ତି, କ୍ୟାମେରା ମ୍ୟାନଙ୍କ ସାହସକୁ ମଧ୍ୟ ପ୍ରଶଂସା କରାଯିବା ଉଚିତ । କାରଣ ସେ ସିଂହଙ୍କ ସାମ୍ନାରେ ଠିଆ ହୋଇ ଭିଡିଓ କରିଥି​‌ବେ ।​‌ ଆଉ ଜଣେ ଲେଖିଛନ୍ତି, ନିଜ ସୁରକ୍ଷା ପାଇଁ କୁକୁର କାହିଁକି ପାଳିବେ, ଯେତେବେଳେ ଆପଣଙ୍କ ପାଖରେ ଏଭଳି ଭୟଙ୍କର ସିଂହ ଥିବେ।

 

Leave A Reply

Your email address will not be published.