Latest Odisha News

ଧରାପୃଷ୍ଠରୁ ଲୋପ ପାଇଯିବେ କି ପୁରୁଷ !

ନୂଆଦିଲ୍ଲୀ: ପ୍ରୋସିଡିଙ୍ଗସ ଅଫ ଦି ନ୍ୟାଶନାଲ ଏକାଡେମୀ ଅଫ ସାଇନ୍ସର ଏକ ରିପୋର୍ଟ ଏବେ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଏହି ରିପୋର୍ଟ ଅନୁସାରେ ପୃଥିବୀରୁ ମନୁଷ୍ୟ ଏବଂ ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀଙ୍କ ପୁରୁଷ ୱାଇ କ୍ରୋମୋଜୋମ ସଂଖ୍ୟା ଦ୍ରୁତ ବେଗରେ ହ୍ରାସ ପାଉଛି । ଯଦି ଏହି ଧାରା ବଳବତର ରୁହେ ତାହାହେଲେ ବିଶ୍ୱରୁ ପୁରୁଷ ପ୍ରଜାତି ଲୋପ ପାଇଯିବା ଆଶଙ୍କା ସୃଷ୍ଟି ହୋଇଛି । ୱାଇ କ୍ରୋମୋଜୋମ ଶିଶୁଙ୍କ ଲିଙ୍ଗ ସ୍ଥିର କରିଥାଏ । ମନୁଷ୍ୟ ଏବଂ ସ୍ତନ୍ୟପାୟୀ ପ୍ରାଣୀଙ୍କ ମହିଳାଙ୍କ ନିକଟରେ ୨ଟି ଏକ୍ସ କ୍ରୋମୋଜୋମ ରହିଥାଏ । ସେହିପରି ପୁରୁଷଙ୍କ ନିକଟରେ ଗୋଟିଏ ଏକ୍ସ ଓ ୱାଇ କ୍ରୋମୋଜୋମ ରହିଥାଏ । ଏକ୍ସ କ୍ରୋମୋଜୋମ ରେ ୯୦୦ ଓ ୱାଇରେ ୫୫ ଜିନ୍ସ ଥାଏ । ଏଥିରେ ଏସଆରୱାଇ ନାମକ ଏକ ଜିନ ରହିଥାଏ । ଯାହାକି ୧୨ ସପ୍ତାହ ପରେ ଟେଷ୍ଟିସ ବିକଶିତ କରିଥାଏ ।

ଭ୍ରୁଣରେ ଏହି ଟେଷ୍ଟିସ ପୁରୁଷ ହର୍ମୋନ୍ସ ରିଲିଜ କରିଥାଏ । ଯେଉଁଥିରେ ଶିଶୁଟି ପୁରୁଷ ହେବ କି ମହିଳା ହେବ ତାହା ଜଣାପଡିଥାଏ । ଏବେ ୱାଇ କ୍ରୋମୋଜୋମ ଦିନକୁ ଦିନ କମିବାରେ ଲାଗିଛି । ୧୬.୬ କୋଟି ବର୍ଷରୁ ଆଜି ପର୍ଯ୍ୟନ୍ତ ୱାଇ କ୍ରୋମୋଜୋମ ୮୪୫ ଜିନ୍ସ ହରେଇ ସାରିଛି । ଏହାର ମାନେ ୧୦ ଲକ୍ଷ ବର୍ଷ ବ୍ୟବଧାନରେ ୫ ଜିନ୍ସ ଆମେ ହରାଉଛେ । ଯଦି ଏହିପରି ଚାଲେ ତାହାହେଲେ ୧.୧ କୋଟି ବର୍ଷ ପରେ ୱାଇ କ୍ରୋମୋଜମ ରହିବ ନାହିଁ ।

Leave A Reply

Your email address will not be published.