ଆସ ବୁଲିଯିବା ଓଡିଶା: ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ ତାମ୍ପରା ହ୍ରଦ
ରାଜ୍ୟରେ ଥିବା କିଛି ପର୍ଯ୍ୟଟନସ୍ଥଳୀକୁ ନେଇ ଓଡିଶା ସମ୍ବାଦର ସ୍ବତନ୍ତ୍ର ଉପସ୍ଥାପନା "ଆସ ବୁଲିଯିବା ଓଡିଶା"
ଗଞ୍ଜାମ: ଶୀତ ଋତୁ ଡିସେମ୍ୱର ମାସ ଓ ଜାନୁଆରୀ ନୂଆ ବର୍ଷର ଆଗମନରେ ସମସ୍ତଙ୍କ ବୁଲିବା ଓ ପିକନିକ୍ କରିବା ସମୟ । ପରିବାର ବର୍ଗଙ୍କ ସହ ହେଉ ଅବା ସାଙ୍ଗ ସାଥି ମେଳରେ ବୁଲି ଯିବା ସହ ଭୋଜି ଭାତ କରି ମଉଜ କରିବା ସହ କଲରଫୁଲ ଫଟୋ ଉଠାଇ ସାଇତି ରଖିବା ସମସ୍ତଙ୍କ ମନ । ଏଥିପାଇଁ ନିଜ ମନ ପସନ୍ଦର ସ୍ଥାନ ଚୟନ କରିଥାନ୍ତି ଲୋକେ। କୁଳୁକୁଳୁ ଶବ୍ଦରେ କୂଳ ଛୁଉଁଛି ମଧୁର ନୀଳ ଜଳ ରାଶି । ଶାନ୍ତ ମନ ଲୋଭା ପରିବେଶ ପାଖରୁ ଯେତେ ଲୋଭନୀୟ ଦୂରରୁ ସେତେ ଆକର୍ଷଣୀୟ । ସୁନ୍ଦର ଗାଲିଚା ଫୁଡ୍ ୱର୍କ୍ ପ୍ଲେସ। ଯେତେ ଦେଖିଲେ ବି ମନ ଭରୁନି ।
ଏ ହେଉଛି ଗଞ୍ଜାମର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ତାମ୍ପରା ହ୍ରଦ। ତାମ୍ପରାକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ଅନେକ ବ୍ୟବସ୍ଥା ହୋଇଛି । ଘାସ ଗାଲିଚା, ପାଦ ଚଲା ରାସ୍ତା, ସେଲ୍ଫି ପଏଣ୍ଟ ସହ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ମନଭରି ଉପଭୋଗ କରିବାକୁ ବ୍ୟବସ୍ଥା ମଧ୍ୟ ରହିଛି । ବୋଟରେ ବୁଲିବା, ୱାଟର ବାଇକ୍ ରାଇଡର ମଜା ନେବା ଭଳି ବ୍ୟବସ୍ଥା ମଧ୍ୟ ରହିଛି । ରାତିରେ ଏହାର ସୁନ୍ଦରତାକୁ ବଢାଇ ଦିଏ ଏହାର ଚିକ୍ମିକ୍ ଲାଇଟ୍ । ପ୍ରକୃତି କୋଳରେ ସମୟ ବିତାଇବା ପାଇଁ ଏହା ଏକ ସୁନ୍ଦର ସ୍ଥାନ। ଏହି ମଧୁର ଜଳ ହ୍ରଦକୁ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ପର୍ଯ୍ୟଟଙ୍କ ସୁଅ ଛୁଟେ । ଏଠାରେ ଭୋଜିଭାତ ସାଙ୍ଗକୁ ବୋଟିଂର ମଜା ନିଅନ୍ତି ପର୍ଯ୍ୟଟକ।
ଏହା ମଧ୍ୟ ପଢନ୍ତୁ
https://odishasambad.in/gandahati-waterfall-in-paralakhemundi-attracts-tourists/
ଏହି ତାମ୍ପରା ହ୍ରଦ ଜଳକ୍ରୀଡା ନୌବିହାର ପାଇଁ ଏକ ପ୍ରଶସ୍ତ ସ୍ଥାନ। ସମୁଦ୍ରକୂଳ ନିକଟସ୍ଥ କାଜୁବଣ ବେଷ୍ଟିତ ବେଳାଭୂମିରେ ସାନ୍ଧ୍ୟାକାଳୀନ ଭ୍ରମଣ ଏକ ନିଆରା ଅନୁଭୂତି ଦେଇଥାଏ। ପରିବାର ସହିତ ଅନେକ ଲୋକ ଏଠାକୁ ବୋଟିଂର ମଜା ନେବାକୁ ଆସିଥାଆନ୍ତି । କିଏ ଜେଟିରେ ବସି ଜଳକ୍ରୀଡ଼ାର ମଜା ନିଏ ତ ଆଉ କିଏ ପ୍ୟାଡେଲ ବୋଟ୍ରେ ବସି ମଜା ନେଇଥାନ୍ତି । ଏଠାରେ ପର୍ଯ୍ୟଟକଙ୍କ ସୁବିଧା ପାଇଁ ପାଣି, ଟଏଲେଟ, ସ୍ନାକ୍ସ ବାର୍ ରହିଛି । ଏହି ହ୍ରଦର ପାଣି ମଧୁର ହୋଇଥିବାରୁ ସ୍ଥାନୀୟ ଧୀବରମାନେ ଏଠାକୁ ମାଛ ଧରିବାକୁ ଆସିଥାନ୍ତି ।
ତାମ୍ପରାର ଅନ୍ୟ ଏକ ଆକର୍ଷଣ ହେଉଛି ଝାଉଁ ଓ କାଜୁ ବଣ, ଯେଉଁଠାରେ ପିକନିକ କରିବା ପାଇଁ ପର୍ଯ୍ୟଟକ ଟାଣି ହୋଇ ଆସିଥାନ୍ତି । ପର୍ଯ୍ୟଟକଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରାଶସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସବୁ ସୁବିଧା କରାଯାଇଛି। ରାଜଧାନୀ ଭୁବନେଶ୍ୱରରୁ ବ୍ରହ୍ମପୁରର ଦୂରତା ୧୭୦ କିଲୋମିଟର। ବ୍ରହ୍ମପୁରରୁ ତାମ୍ପରାର ଦୂରତା ୩୦ କିଲୋମିଟର। ବ୍ରହ୍ମପୁରରୁ ଆପଣ ଅଟୋ, କିମ୍ବା କାର୍ କରି ଆପଣ ତାମ୍ପରା ହ୍ରଦ ଯାଇପାରିବେ।
Comments are closed.