Latest Odisha News

ଛତିଶଗଡରେ ବିଜେପିର ସଙ୍କଳ୍ପପତ୍ର: ପ୍ରତି ମହିଳାଙ୍କୁ ମାସିିକ ୧୨ ହଜାର ଟଙ୍କା, ରାମଲଲା ଦର୍ଶନ ପ୍ରତିଶ୍ରୁତି

ରାୟପୁର: ଛତିଶଗଡରେ ବିଜେପି ବିଧାନସଭା ନିର୍ବାଚନ ପାଇଁ ଘୋଷଣାପତ୍ର ଜାରି କରିଛି । ଘୋଷଣାପତ୍ର ସମିତିର ସଂଯୋଜକ ବିଜୟ ବଘଲେ  କହିଛନ୍ତି ଗତ ୩ ମାସ ମଧ୍ୟରେ ଏହି ଘୋଷଣାପତ୍ର ପ୍ରସ୍ତୁତ ହୋଇଛି । ୩୫ ଜଣ ସଦସ୍ୟ ସବୁ ବର୍ଗର ଲୋକଙ୍କ ମତ ନେଇ ଏହାକୁ ପ୍ରସ୍ତୁତ କରିଛନ୍ତି । ୨ ଲକ୍ଷରୁ ଅଧିକ ପ୍ରସ୍ତାବ ଆସିଥିଲା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏହି ସଙ୍କଳ୍ପ ପତ୍ରର ଲୋକାର୍ପଣ କରିଥିଲେ ।

ଏହି ଅବସରରେ ଅମିତ ଶାହ କହିଛନ୍ତି,  ‘ବିଜେପିର ଘୋଷଣାପତ୍ର ବିଜେପିର ସଙ୍କଳ୍ପ ପତ୍ର ଅଟେ । ଆମେ ଏହି ରାଜ୍ୟର ସ୍ଥାପନା କରିଥିଲୁ । ବିକାଶର ମୁଖ୍ୟ ଧାରାରେ ମିଶାଇବାର ଥିଲା । ଏହି ରାଜ୍ୟକୁ ଏକ ଭଲ ରାଜ୍ୟ କରିଛୁ । ଆସନ୍ତା  ୫ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ବିକଶିତ ରାଜ୍ୟ କରିବୁ ।’

କେନ୍ଦ୍ର ଗୃହ ମନ୍ତ୍ରୀ କହିଛନ୍ତି, ଛତିଶଗଡରେ ଯେତେବେଳେ ବିଜେପି ସରକାର ଥିଲା ନକ୍ସଲବାଦ ସମ୍ପୂର୍ଣ୍ଣ ଶେଷ ହୋଇ ଯାଇଥିଲା । ସେ ଅଭିଯୋଗ ଆଣିଛନ୍ତି, ଛତିଶଗଡରେ ଜାତିବାଦ ଏବଂ ତୁଷ୍ଟିକରଣ ରାଜନୀତି ଚାଲିଛି । ଛତଶଗଡର ବିକାଶରେ ଭୂପେଶ ବଘେଲ ସବୁଠାରୁ ବଡ ପ୍ରତିବନ୍ଧକ ।

ତେବେ କ’ଣ ଅଛି ବିଜେପିର ଏହି ବିକାଶପତ୍ରରେ ଜାଣନ୍ତୁ ।

-ପ୍ରତି ବିବାହିତ ମହିଳାଙ୍କୁ ପ୍ରତିବର୍ଷ ୧୨ ହଜାର ଟଙ୍କା ଦିଆଯିବ

-୧୮ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘର

-ବ୍ୟାଗ ପିଛା କେନ୍ଦୁପତ୍ର ଦାମ ୫୫୦୦କୁ ବୃଦ୍ଧି

-ଅତିରିକ୍ତ ସଂଗ୍ରହକାରୀଙ୍କୁ ୪୫୦୦ର ବୋନସ

-ଆୟୁଷ୍ମାନ ଭାରତ ଯୋଜନା ସହ ୧୦ ଲକ୍ଷର ସ୍ୱାସ୍ଥ୍ୟ ବୀମା

-୫୦୦ ଜନ ୱଷଧୀ କେନ୍ଦ୍ର, ଶସ୍ତାରେ ମିଳିବ ୱଷଧ

-ପିଏସସିରେ ଦୁର୍ନୀତି ବନ୍ଦ; ଯେଉଁମାନେ କରିଛନ୍ତି, ଶୋଇବା ଛାଡିଦିଅନ୍ତୁ । ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ

-୫୦୦ ଟଙ୍କାରେ ଗ୍ୟାସ କନେକ୍ସନ

-କଲେଜ ଛାତ୍ରଛାତ୍ରୀଙ୍କୁ ବସ ସୁବିଧା

-ଛତିଶଗଡର ୫ ଶକ୍ତିପୀଠର ବିକାଶ

-ଅଯୋଧ୍ୟା ରାମମନ୍ଦିର ନିର୍ମାଣ ଚାଲିଛି । ଏହାପରେ ଆସିବ ରାମଲଲା ଦର୍ଶନ ଯୋଜନା । ଛତିଶଗଡ ଗରିବ ଲୋକଙ୍କୁ ରାମଲୀଳ ଦର୍ଶନ ସୁବିଧା ମିଳିବ

Leave A Reply

Your email address will not be published.