ମୁମ୍ବାଇ: ୨୦୧୮ରେ ଅଭିନେତା ନାନା ପାଟେକରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଥିଲେ ତନୁଶ୍ରୀ ଦତ୍ତା । ଅଭିଯୋଗ ଥିଲା ୨୦୦୮ରେ ଫିଲ୍ମ ହର୍ନ ଓକେର ସୁଟିଂ ସେଟ୍ରେ ନାନା ପାଟେକର ତାଙ୍କ ସହ ଅଭଦ୍ର ବ୍ୟବହାର କରିଥିଲେ । ସେବେଠୁ ବଲିଉଡରେ ଆରମ୍ଭ ହୋଇଥିଲା ମି ଠୁ ଅଭିଯାନ ।
ଏହି ଘଟଣା ପରଠୁ ବଲିଉଡରୁ ଦୂରେଇ ଆମେରିକା ସରକାର ଅଧିନସ୍ଥ ଏକ ଆଇଟି ସଂସ୍ଥାରେ ସେ ଚାକିରୀ କରୁଥିବା ଶୁଣିବାକୁ ମିଳିଥିଲା । ହେଲେ ନିକଟରେ ସେ ବଲିଉଡ ଫେରିବା ନେଇ ଖୋଦ୍ ସୋସିଆଲ୍ ମିଡିଆରେ ଏକ ଲମ୍ବା ଚଉଡା ପୋଷ୍ଟ କରିଛନ୍ତି । ରିପୋର୍ଟ ଅନୁଯାୟୀ ବଲିଉଡରେ ସେ ଅଭିନୟ ଓ ପ୍ରଯୋଜନା ଦେବେ ବୋଲି ଜଣାପଡିଛି । ଖାସ ଏଥିପାଇଁ ତନୁଶ୍ରୀ ନିଜର ଓଜନ ବି କମାଇଥିବା ଜଣାପଡିଛି ।
“ଜଣେ କଳାକାର ହୋଇଥିବାରୁ ଅଭିନୟଠାରୁ ସେ ସମ୍ପୁର୍ନ ଦୂରେଇ ରହିପାରିବେ ନାହିଁ । କିଛି ଖରାପ ଲୋକଙ୍କ ପାଇଁ ସେ ବଲିଉଡ ଛାଡିଥିଲେ । ହେଲେ ଅଭିନୟ ଦୁନିଆରେ ସେ ନିଜକୁ ଆଉ ଏକ ସୁଯୋଗ ଦେବାପାଇଁ ଚାହୁଁଛନ୍ତି “ । ନିଜ ପୋଷ୍ଟରେ ତନୁଶ୍ରୀ କିଛି ଏପରି ଲେଖିଛନ୍ତି ।
ତାଜା ସ୍ଥିତିରେ ତନୁଶ୍ରୀଙ୍କୁ କିଛି ଫିଲ୍ମ ଓ ୱେବ୍ ସିରିଜ୍ ଅଫର୍ ହୋଇଛି । ଏପରିକି ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀରୁ ମଧ୍ୟ ଡାକରା ଆସିଛି । ଖାସ ଅଭିନୟ କରିବା ପାଇଁ ତନୁଶ୍ରୀ ପାଖାପାଖି ୧୫କି.ଗ୍ରା ଓଜନ କମାଇଥିଲାବେଳେ ଶେଷଥର ପାଇଁ ତାଙ୍କୁ ୨୦୧୦ରେ ଫିଲ୍ମ ଆପାର୍ଟମେଣ୍ଟରେ ଦେଖିବାକୁ ମିଳିଥିଲା ।
Comments are closed.