ମୁମ୍ବାଇ: ଭୋଜପୁରୀ ସିନେମାର ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଶନଙ୍କ ଉଭୟ ଅଭିନୟ ଏବଂ ଆଧ୍ୟାତ୍ମିକତାରେ ମଗ୍ନ ରହିଥାନ୍ତି।
ଏହି ସମୟରେ ରବି ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଭଗବାନ ଶିବଙ୍କ ପୂଜାରେ ସମ୍ପୂର୍ଣ୍ଣ ଭାବରେ ସମର୍ପିତ। ଏପରିକି ସେ ପ୍ରଭୁଙ୍କୁ ପର୍ବତରେ ଚାଲିବାର ମଧ୍ଯ ଦେଖିଛନ୍ତି।
ଏକ ୟୁଟ୍ୟୁବ ଚାନେଲରେ ସାକ୍ଷାତକାର ଦେବା ବେଳେ ସେ ସୁଟିଂ ବେଳର କାହାଣୀ ବଖାଣିଛନ୍ତି।
ମୋର ମନେ ଅଛି ଯେତେବେଳେ ମୁଁ ମନୋଜ ବାଜପେୟୀ, ମାନବ କୌଲ, ପୀୟୁଷ ମିଶ୍ରଙ୍କ ସହିତ ୧୯୭୧ର ସୁଟିଂ କରୁଥିଲି। ସେ ସମୟରେ ଆମେ ସମସ୍ତେ ମନାଲିରେ ଥିଲୁ। ଆମେ ସାରା ରାତି ସୁଟିଂ କଲୁ ଏବଂ ତା’ପରେ ସକାଳେ ମଧ୍ୟ ସୁଟିଂ କଲୁ। ଆମେ ସୂର୍ଯ୍ୟ ଉଦୟ ହେବାକୁ ଅପେକ୍ଷା କରୁଥିଲୁ ଏବଂ ଆମ ଚାରିପାଖରେ ପାହାଡ଼ରେ ବରଫପାତ ହେଉଥିଲା। ମୁଁ ମୋର ସଟ୍ ଦେଉଥିବା ସମୟରେ ପର୍ବତରେ ଶିବ ଠାକୁରଙ୍କୁ ଚାଲୁଥିବାର ଦେଖିଥିଲି। ସେ ବହୁତ ବିଶାଳ ଥିଲେ। ମନୋଜ ବାଜପେୟୀ ମଧ୍ଯ ମୋ ପାଖରେ ଥିଲେ। ମୁଁ ତାଙ୍କୁ ମଧ୍ୟ ଦେଖିବାକୁ କହିଥିଲି କିନ୍ତୁ ସେ ଦେଖିଥିଲେ କି ନା ଜାଣିନି।
ସୂଚନାଯୋଗ୍ୟ, ଭୋଜପୁରୀ ସିନେମାର ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଶନ ତାଙ୍କ କ୍ୟାରିଅରରେ ଭୋଜପୁରୀରୁ ବଲିଉଡ ଏବଂ ହଲିଉଡ ଫିଲ୍ମରେ ମଧ୍ଯ କାମ କରିଛନ୍ତି। ରବି କିଶନ ଅନେକ ଭାରତୀୟ ଭାଷାରେ ୭୦୦ରୁ ଅଧିକ ଚଳଚ୍ଚିତ୍ରରେ କାମ କରିଛନ୍ତି।
Comments are closed.