Latest Odisha News

BREAKING NEWS

ପୁଣି ନ୍ୟାୟ ପାଇଁ ଶ୍ୱଶୁର ଘର ଆଗରେ ତପସ୍ୱିନୀଙ୍କ ଧାରଣା

ଭୁବନେଶ୍ୱର: ପୁଣି ଧାରଣାରେ ତପସ୍ଵିନୀ । ନ୍ୟାୟ ପାଇବାକୁ  ପୁଣି ଦ୍ୱିତୀୟ ଥର ପାଇଁ ତପସ୍ୱିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହ ମିଶି ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି । ପ୍ରବଳ ଶୀତ, କାକରରେ ବସି ନିଜ ହକ୍ ପାଇଁ ଲଢେଇ ଆରମ୍ଭ କରିଛନ୍ତି ।

ଆସନ୍ତା ୨୦ ତାରିଖରେ ଏହି ମାମଲାର ଶୁଣାଣି ହେବାକୁ ଥିବାବେଳେ ସୁମିତ ସାହୁଙ୍କ ପକ୍ଷରୁ ଜିଲ୍ଲା କୋର୍ଟରେ ଏକ ପିଟିସନ ଦାୟର କରାଯାଇଛି । ଏହାର ଶୁଣାଣି ଆସନ୍ତା ୨୭ ତାରିଖରେ କରାଯିବ ।

ତେବେ ଆଜି ହେଉଛି ତପସ୍ୱିନୀଙ୍କ ଧାରଣାର ପ୍ରଥମ ଦିବସ । ଏନେଇ ତପସ୍ୱିନୀ କହିଛନ୍ତି, ‘ଏହା ହେଉଛି ମୋର ଶାଶୂ ଘର । ଏଇଠି ମୋର ସ୍ୱାମୀ, ଶାଶୂ ଓ ଶ୍ୱଶୁର ରହିଛନ୍ତି । ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ମୁଁ ଏଇଠି ବସି ରହିବି, ରୋଷେଇ କରି ଖାଇବି ।’

ଶୀତ କାକରରେ ନିଜ ଜିଦ୍ ରେ ବସିଛନ୍ତି  ତପସ୍ୱିନୀ ।

Leave A Reply

Your email address will not be published.