Latest Odisha News

ରିଲିଜ୍ ହେଲା ‘ଅପୂର୍ବା’, ଓଟିଟିରେ ତାରାଙ୍କ ଏଣ୍ଟ୍ରି

ମୁମ୍ବାଇ: ରିଲିଜ ହେଲା ବଲିଉଡ୍ ଅଭିନେତ୍ରୀ ତାରା ସୁତାରିଆଙ୍କ ଆଗାମୀ ସର୍ଭାଇଭାଲ ଥ୍ରିଲର ଫିଲ୍ମ ‘ଅପୂର୍ବା’ର ଟେଲର । ଏହି ଫିଲ୍ମ ଜରିଆରେ ତାରା ଓଟିଟିରେ ଏଣ୍ଟ୍ରି କରିଛନ୍ତି । ନିଖିଲ ନାଗେଶ ପଟ୍ଟଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ତାରା ବଞ୍ଚିବା ପାଇଁ ଅନେକ ପରିସ୍ଥିତିକୁ ସମ୍ମୁଖୀନ କରୁଥିବା ଜଣେ ସାଧାରଣ ଝିଅ ଚରିତ୍ରରେ ନଜର ଆସିବେ । ତାଙ୍କ ସହ ରାଜପାଲ ଯାଦବ, ଅଭିଷେକ ବାନାର୍ଜୀ, ଧୈଯ୍ୟ କାଓର୍୍ୱା ପ୍ରମୁଖଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ ।

ତାରା ନିଜ ଇନ୍‌ଷ୍ଟାଗ୍ରାମରେ ଏହି ଫିଲ୍ମର ଟ୍ରେଲରକୁ ପୋଷ୍ଟ କରିଛନ୍ତି । ସେ ପ୍ରଥମ ଥର ପାଇଁ ଏହି ଫିଲ୍ମ ଜରିଆରେ ଏକ ଭିନ୍ନ ଚରିତ୍ରରେ ଅଭିନୟର ଅନୁଭବକୁ ସେୟାର କରିଛନ୍ତି । ଟ୍ରେଲରରେ ତାରାଙ୍କୁ ପାଗଳ ପରି ନିଜ ଭାବି ସ୍ୱାମୀ ଧୈଯ୍ୟ କାଓର୍୍ୱାଙ୍କୁ ଭଲପାଉଥିବା ଦେଖିବାକୁ ମିଳିଛି । କିନ୍ତୁ ତାରାଙ୍କ ଅପହରଣ ପରେ ଉଭୟଙ୍କ ରୋମାଣ୍ଟିକ୍ ଜୀବନ ବଦଳି ଯାଇଛି । ତେବେ ତାରା ୨୦୧୯ରେ ଫିଲ୍ମ ‘ଷ୍ଟୁଡେର୍ଟ ଅଫ ଦି ଇଅର ୨’ ଜରିଆରେ ତାଙ୍କ ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଆଉ ୪ଟି ସିନେମା କରିଛନ୍ତି । ଏଥିସହ ସେ ଅନେକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ନଜରକୁ ଆସିଛନ୍ତି ।

Comments are closed.