Latest Odisha News

ଟାଟାର ସ୍ପଷ୍ଟୀକରଣ ‘ଆକାଶ କେବେ ବି ଟାଟାର କର୍ମଚାରୀ ନ ଥିଲେ’

ଭୁବନେଶ୍ୱର: ଆକାଶ ପାଠକଙ୍କୁ ନେଇ ପୁଣି ଥରେ ଟାଟା ମୋଟର୍ସର ସ୍ପଷ୍ଟୀକରଣ ଦେଇଛି । ଆକାଶ କେବେ ବି କମ୍ପାନିର କର୍ମଚାରୀ ନଥିଲେ କିମ୍ବା । ସ୍କାଏ କିଙ୍ଗ ସଂସ୍ଥା ସହ କମ୍ପାନିର କୌଣସି କାରବାର ନାହିଁ । ଏପରିକି ସ୍କାଏ କିଙ୍ଗ ଭାଉଚର ଉପରେ କେବେବି କମ୍ପାନି ଜିଏସଟି ଫେରସ୍ତ ଦାବି କରିନି ବୋଲି ଟାଟା ମୋଟର୍ସ ପକ୍ଷରୁ କୁହାଯାଇଛି । ଏନେଇ ଆଜି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପକ୍ଷରେ ଗିରଫ ଅଭୟକାନ୍ତ ପାଠକ କହିଛନ୍ତି ଯେ, କମ୍ପାନୀ କର୍ତ୍ତୃପକ୍ଷ ମିଛ କହୁଛନ୍ତି । ପୁଅ ଆକାଶ ସେଠାରେ ଚାକିରୀ କରୁଥିବା ନେଇ ତାଙ୍କ ପାଖରେ ସମସ୍ତ ପ୍ରମାଣ ଅଛି । ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର କରି ତାଙ୍କୁ ଫସାଇଦିଆଯାଇଥିବା ସେ କହିଛନ୍ତି  ।

ଆଜି ରିମାଣ୍ଡ ଅବଧି ସରିବା ପରେ ଝାରପଡା ଜେଲ ଯାଇଛନ୍ତି ଅଭୟକାନ୍ତ ପାଠକ ଓ ପୁଅ ଆକାଶ । ସେମାନଙ୍କୁ ଆଉ ରିମାଣ୍ଡରେ ନେବାର ଆବଶ୍ୟକତା ନଥିବା କହିଛନ୍ତି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି । ରିମାଣ୍ଡ ଅବଧି ମଧ୍ୟରେ ଠକେଇ ଓ ଆର୍ଥିକ କାରବାର ସମ୍ପର୍କରେ ସମସ୍ତ ତଥୟ ମିଳିଥିବା ସୂଚନା ମିଳିଛି ।

Leave A Reply

Your email address will not be published.