Latest Odisha News

BREAKING NEWS

ପୁଣି ଭାଇରାଲ୍ ହେଲା ଅନୁଶ୍ରୁତଙ୍କ ଭିଡିଓ

ଭୁବନେଶ୍ୱର: ନିକଟରେ ଏକ ଭିଡିଓ ପାଇଁ ନାଗପୁରର ଅନୁଶ୍ରୁତ ନାମକ ଏହି କୁନି ପୁଅ ଜଣକ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲେ । ଭିଡିଓରେ ଅନୁଶ୍ରୁତ୍ ବେଶ ମଜାଦାର ଅନ୍ଦାଜରେ ଚୁଟି କାଟୁଥିବା ଲୋକକୁ ଧମକ ଦେବାରେ ଦେଖିବାକୁ ମିଳିଥିଲା । ତେବେ ପୁଣିଥରେ ଅନୁଶ୍ରୁତଙ୍କ ଦୁଇଦୁଇଟି ଭିଡିଓ ଭାଇରାଲ୍ ହୋଇଛି ।

ଜୟ ରୟ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର ଅନୁଶ୍ରୁତଙ୍କ ସ୍ପୁଫ୍ ଭିଡିଓ ପ୍ରସ୍ତୁତ କରିବା ସହ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି । ଜୟ ବେଶ ଭାବି ଚିନ୍ତି ଏହି ଦୁଇଟି ଭିଡିଓରେ ଅନୁଶ୍ରୁତଙ୍କ ଲିପ୍‌-ସିଙ୍କ୍ରୋନାଇଜ୍ କରିଛନ୍ତି ।

ପ୍ରଥମ ଭିଡିଓରେ ଆତିଫ୍ ଅସଲମ୍‌ଙ୍କ ଗୀତ ବାଖୁଦା ତୁମ ହି ହୋ ଓ ଦ୍ୱିତୀୟ ଭିଡିଓରେ ହିମେଶ ରେଶମିୟାଁଙ୍କ ତୁଝେ ଭୁଲ ଜାନା ମୁମକିନ ନହିଁ ଭଳି ଗୀତରେ ଅନୁଶ୍ରୁତଙ୍କୁ ଦର୍ଶାଇଛନ୍ତି । ସୋସିଆଲ୍ ମିଡିଆ ଛଡା ହ୍ୱାଟ୍ସଆପରେ ଅନୁଶ୍ରୁତଙ୍କ ଭିଡିଓଗୁଡିକ ଘୁରି ବୁଲୁଛି ।

Leave A Reply

Your email address will not be published.