Latest Odisha News

BREAKING NEWS

TCS “Smart Mirror” In AI Summit: ଆଉ ସପିଙ୍ଗ ମଲ୍ ମାନଙ୍କରେ ରହିବନି ଟ୍ରାଏଲ ରୁମ୍!, ଡ୍ରେସ୍ ଆପଣଙ୍କୁ କିପରି ମାନୁଛି ଚୁଟକିରେ ବତାଇବ AI…

ନୂଆଦିଲ୍ଲୀ: ଦୂର ହେବ ସପିଙ୍ଗ ମଲରେ ଟ୍ରାଏଲ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା ସମସ୍ୟା। ଭଳିକି ଭଳି ଡ୍ରେସ୍ ପିନ୍ଧି ଆଉ ତାକୁ ଚେକ୍ କରିବାରେ ଯିବନି ଅଧିକ ସମୟ। ତେବେ ଗ୍ରାହକଙ୍କୁ ଏହି ସମସ୍ୟାର ମୁକ୍ତି ଦେବ ଟାଟାର ଏହି ନୂଆ ପ୍ରଯୁକ୍ତି ବିଦ୍ୟା ଭର୍ଚୁଆଲ ଟ୍ରାଏଲ ରୁମ । ଏଣିକି ସ୍ମାର୍ଟ ମିରର୍ ଚୁଟକିରେ ବତାଇବ ନୂଆ ଡ୍ରେସ୍ ଆପଣଙ୍କ ଶରୀରକୁ କିପରି ଦିଶୁଛି।

ତେବେ ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଫେବୃଆରୀ ୧୬ ରୁ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ଇଣ୍ଡିଆ AI ଇମ୍ପାକ୍ଟ ସମିଟ୍ ୨୦୨୬ରେ, ଟାଟା କନସଲ୍ଟାନ୍ସି ସର୍ଭିସେସ୍ (TCS) ଏକ “ସ୍ମାର୍ଟ ମିରର୍” ଏବଂ ସପିଂ ଅଭିଜ୍ଞତାକୁ ରୂପାନ୍ତରିତ କରିବା ପାଇଁ ଡିଜାଇନ୍ କରାଯାଇଥିବା ଅନ୍ୟାନ୍ୟ AI-ଚାଳିତ ସମାଧାନ ପ୍ରଦର୍ଶନ କରିଥିଲା। ଏହି ପ୍ରଯୁକ୍ତିବିଦ୍ୟାଗୁଡ଼ିକ ଟାଟା ପାଭିଲିୟନରେ “ଷ୍ଟୋର୍ ଅଫ୍ ଦି ଫ୍ୟୁଚର୍” ପ୍ରଦର୍ଶନୀର ଏକ ଅଂଶ ଥିଲା, ଯାହା ଫ୍ୟାଶନ୍ ଏବଂ ଗ୍ରାହକଙ୍କ ସମ୍ପୃକ୍ତି ଏବଂ ବ୍ୟକ୍ତିଗତକରଣକୁ ବୃଦ୍ଧି କରିବା ଉପରେ ଧ୍ୟାନ ଦେଇଥିଲା।ଭାରତର ଅଗ୍ରଣୀ ଆଇଟି କମ୍ପାନୀ ଟାଟା କନସଲ୍ଟାନ୍ସି କମ୍ପାନୀ(TCS) ଏମିତି ଏକ ପ୍ରଯୁକ୍ତି ବିଦ୍ୟା ପ୍ରଦର୍ଶନ କରିଥିଲା ଯାହା ଆଗାମୀ ଦିନରେ ପୋଷାକ କିିଣିବାର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବଦଳାଇ ଦେବ ।

ଏହି ସମ୍ମିଳନୀରେ ଟିସିଏସର ବହୁ ପ୍ରତିକ୍ଷୀତ AI ଆଧାରିତ ଭର୍ଚୁଆଲ ଟ୍ରାଏଲ ରୁମ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟି ଥିଲା। ଟିସିଏସ ଦ୍ୱାରା ବିକଶିତ ଏହି ପ୍ରଯୁକ୍ତି ବିଦ୍ୟା ସ୍ମାର୍ଟ ମିରର ଏବଂ ଅତ୍ୟାଧୁନିକ କମ୍ପ୍ୟୁଟର ଭିଜନ ଟେକନିକ ଉପରେ ଆଧାରିତ ଅଟେ । ଯେତେବେଳେ ଗ୍ରାହକ ଏହି ଡିଜିଟାଲ ସ୍କ୍ରିନ ସାମ୍ନାରେ ଛିଡା ହୁଏ ସିଷ୍ଚମର କ୍ୟାମେରା ଏବଂ ସେନ୍ସର୍ସ ରିଅଲ ଟାଇମରେ ସଂପୃକ୍ତ ଗ୍ରାହକଙ୍କର ଶରୀର, ଉଚ୍ଚତା ଓ ଶରୀର ଗଠନର ସଠିକ ମାପ ନେଇଥାଏ। ଏହା ପରେ ଗ୍ରାହକ କ୍ୟାଟଲଗରୁ ତାଙ୍କର ପସନ୍ଦର ପୋଷାକ ବାଛିଥାନ୍ତି, ଯାହା ସ୍କ୍ରିନରେ ପ୍ରଦର୍ଶିତ ହେବ । କିଛି ସେକେଣ୍ଡ ମଧ୍ୟରେ AI ଗ୍ରାହକଙ୍କ ଡିଜିଟାଲ ଫିଗର ଉପରେ ପୋଷାକ ଫିଟ କରାଇ ସ୍କ୍ରିନରେ ଦେଖାଇ ଦେବ । ସବୁଠାରୁ ମଜା କଥା ହେଲା, ଗ୍ରାହକ ମିରରରେ ଖାଲି ନିଜ ଫଟୋ ଦେଖିବେନି, ବରଂ ନୂଆ ପୋଷାକ ପିନ୍ଧି ଚାଲିଲେ, ବୁଲିଲେ, ଆଗପଟୁ, ପଛପଟୁ କେମିତି ଦିଶୁଛି, କେତେ ଫିଟ ରହୁଛି ସବୁର ଦୃଶ୍ୟ ପୁରା 3Dରେ ଦେଖିପାରିବେ ଗ୍ରାହକ।

ଏହି ପ୍ରଯୁକ୍ତି ବିଦ୍ୟା କେବଳ ପ୍ରଦର୍ଶନ ପାଇଁ ନୁହେଁ, ଏହା ପଛରେ ଏକ ବଡ ବ୍ୟବସାୟିକ ମଡେଲ ରହିଛି । ଏହି ଏଆଇ ଟେକନିକ୍

ବାରମ୍ଵାର ପୋଷାକ ଫେରସ୍ତର ସମାଧାନ କରିବ। ଏହି ଭର୍ଚୁଆଲ ପରୀକ୍ଷଣ ଗ୍ରାହକଙ୍କୁ ତାଙ୍କ ଫିଟ ବିଷୟରେ ସଠିକ ଧାରଣା ଦେବ । ଏହା ଦ୍ୱାରା ଫେରାଇବା ସମସ୍ୟା ଅନେକ କମିଯିବ । ଏଥିସହିତ ଫିଜିକାଲ ଟ୍ରାଏଲ ବ୍ୟବସ୍ଥାରେ ଗୋଟିଏ ପୋଷାକକୁ ଅନେକ ଲୋକଙ୍କୁ ପିନ୍ଧିବାକୁ ପଡିଥାଏ । ଏହା ହାଇଜିନିକ ମଧ୍ୟ ନୁହେଁ, ତା ଛଡା ଅନେକ ଏହାକୁ ପିନ୍ଧିବାକୁ ଭଲପାଆନ୍ତି ନାହିଁ । ଏ ସମସ୍ୟାର ସମାଧାନ ମଧ୍ୟ ଏହି ସ୍ମାର୍ଟ ମିରର କରିପାରିବ । ଖାଲି ସେତିକି ନୁହେଁ, ଏହି AI ଆଧାରିତ ସିଷ୍ଟମ କେବଳ ଗ୍ରାହକଙ୍କ ଦେହରେ ପୋଷାକ କେମିତି ମାନିବ ତାହା ଦେଖାଏନି ବରଂ ତାଙ୍କର ରଙ୍ଗ, ଶରୀରର ଗଠନକୁ ଦେଖି କେଉଁ ରଙ୍ଗର ଏବଂ ପାଟର୍ଣ୍ଣର ପୋଷାକ ମାନିବ ତାହା ମଧ୍ୟ କହିଦିଏ । ଯାହା ଫ୍ୟାସନ୍ ବିଷୟରେ ଅଜ୍ଞ ଥିବା ବ୍ୟକ୍ତି ଏବଂ ନିଜ ପାଇଁ ଭଲ ପୋଷାକ ଖଣ୍ଡେ ନେବାକୁ ଆସୁଥିବା ପ୍ରତିଟି ଗ୍ରାହକଙ୍କୁ ବେଶ ସହାୟ ହେବ।

Leave A Reply

Your email address will not be published.