Latest Odisha News

BREAKING NEWS

ବିଜେପୁର ହତ୍ୟା ମାମଲାରେ ଜୟନାରାୟଣଙ୍କୁ ମିଳିଲା ଜାମିନ୍

ଭୁବନେଶ୍ୱର: ୨୦୧୮ ବରଗଡ଼ ସୋହେଲାରେ ବିଜେଡି ନେତାଙ୍କୁ ହତ୍ୟା ମାମଲାରେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ଆଶ୍ୱସ୍ତି ମିଳିଛି । ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟ ଜୟନାରାୟଣ ମିଶ୍ରଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ବିଜେଡି ନେତା ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଜୟନାରାୟଣଙ୍କ ସହ କୋର୍ଟ ୧୧ ଜଣଙ୍କୁ ତଳ କୋର୍ଟଙ୍କ ସର୍ତ୍ତ ଅନୁସାରେ ଜାମିନ୍ ଦେଇଛନ୍ତି ।

କୋର୍ଟଙ୍କ ସର୍ତ୍ତ ଅନୁସାରେ, ଜୟନାରାୟଣ ରାଜ୍ୟ ବାହାରକୁ ଯିବା ପୂର୍ବରୁ ଅବଗତ କରାଇବେ । ମାମଲା ସହ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ସାମିଲ୍ ହେବେନି । ତଥ୍ୟ, ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି ।

ପୂର୍ବରୁ ଏହି ମାମଲା ବରଗଡ଼ ସୋହେଲା ଜେଏମଏଫସି କୋର୍ଟରୁ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟକୁ ସ୍ଥାନାନ୍ତର ହୋଇଥିଲା । ସୋହେଲା କୋର୍ଟ ମଧ୍ୟ ଜୟନାରାୟଣଙ୍କୁ ପୂର୍ବରୁ ଜାମିନ୍ ପ୍ରଦାନ କରିଥିଲେ ।

୨୦୧୮ ଫେବ୍ରୁଆରୀ ୨୨ରେ ସୋହେଲାରେ ଏକ ଗୁଳିକାଣ୍ଡ ଘଟିଥିଲେ । ତତ୍କାଳୀନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଡ୍ରାଇଭର ଦିଲେଶ୍ୱର ଏହି ଗୁଳିକାଣ୍ଡରେ ପ୍ରାଣ ହରାଇଥିଲେ । ବିଜେପୁର ଉପନିର୍ବାଚନର ଠିକ୍ ୨ ଦିନ ପୂର୍ବରୁ ଏହି ହତ୍ୟାକାଣ୍ଡ ଘଟିଥିଲା । ଯେଉଁ ମାମଲାରେ ଜୟନାରାୟଣଙ୍କ ସହ ପୋଲିସ ୧୧ ଜଣଙ୍କୁ ଗିରଫ କରିଥିଲା ।

Leave A Reply

Your email address will not be published.