ନୂଆଦିଲ୍ଲୀ:ସ୍ବଦେଶୀ କାର ନିର୍ମାତା ଭାରତୀୟ ବଜାରରେ ଟାଟା ମୋଟର୍ସ ଏକ ନୂତନ SUV ଟାଟା ହାରିଅର EV( Tata Harrier EV )ଲଞ୍ଚ କରିଛି। ଟାଟା ହାରିଅର EV ପାଇଁ ବୁକିଂ ୨ଜୁଲାଇରୁ ଆରମ୍ଭ ହେବାକୁ ଯାଉଛି ।
ନିର୍ମାତା ଏହି SUV କୁ ଅନେକ ସାନଦାର ଫିଚର ସହ ଲଞ୍ଚ କରିଛି । Tata Harrier EV ଭାରତରେ ଆନୁଷ୍ଠାନିକ ଭାବରେ ୨୧.୪୯ ଲକ୍ଷ ଟଙ୍କା (ଏକ୍ସ-ସୋରୁମ୍) ର ପ୍ରାରମ୍ଭିକ ମୂଲ୍ୟରେ ଲଞ୍ଚ କରାଯାଇଛି। ହାରିଅର ଇଲେକ୍ଟ୍ରିକ୍ କାର କେବଳ ଟାଟାର ସର୍ବୋଚ୍ଚ ବୈଦ୍ୟୁତିକ କାର ନୁହେଁ, ବରଂ ଏହା କାର ନିର୍ମାତାଙ୍କର ପ୍ରଥମ ମଡେଲ୍ ଯେଉଁଥିରେ ଅଲ୍-ହ୍ୱିଲ୍-ଡ୍ରାଇଭ୍ ଲେଆଉଟ୍ ରହିଛି, ଯାହା ପୂର୍ବରୁ ସଫାରି ଷ୍ଟର୍ମରେ ବ୍ୟବହୃତ ହୋଇଥିଲା। ୫ ବର୍ଷ ପୂର୍ବେ କମ୍ପାନୀ ଦ୍ୱାରା ସଫାରୀ ଷ୍ଟର୍ମକୁ ବନ୍ଦ କରିଦିଆଯାଇଥିଲା।
ବାହ୍ୟ ଦୃଷ୍ଟିରୁ, Harrier EVର ଷ୍ଟାଇଲିଂ ପ୍ରାୟତଃ ୨୦୨୩ ମସିହାରୁ ବିକ୍ରି ହେଉଥିବା ଫେସଲିଫ୍ଟେଡ୍ Harrier ସହିତ ସମାନ। ସାମ୍ନା ଭାଗରେ, ହାରିଅର EV ଏକ ନୂତନ ବନ୍ଦ ଗ୍ରୀଲ୍ ପାଇଛି, ଯାହା ତଳେ ଏକ ସଂଶୋଧିତ ବମ୍ପର ଅଛି । ଯାହା ଏକ ଲାଇନ-ଆଧାରିତ ଡିଜାଇନ୍ ବହନ କରେ।
ପାର୍ଶ୍ଵରେ Harrier EVରେ ନୂତନ 19-ଇଞ୍ଚ ଏରୋ-ଅପ୍ଟିମାଇଜଡ୍ ଆଲୟ ଚକ ଏବଂ ସମ୍ମୁଖ ଦ୍ୱାରରେ ‘EV’ ବ୍ୟାଜିଂ ଦିଆଯାଇଛି । ଏହି 4598 mm ଲମ୍ବା ଇଲେକ୍ଟ୍ରିକ୍ SUV ର ହ୍ୱିଲବେସ୍ 2741 mm। ହାରିଅର୍ EV ଡିଜେଲ ଚାଳିତ ହାରିଅର୍ ଅପେକ୍ଷା ଭଲ ଦେଖାଯାଏ।
ହାରିଅର EV ଚାରୋଟି ରଙ୍ଗ ବିକଳ୍ପରେ ଉପଲବ୍ଧ ହେବ: ଏମ୍ପାୱାର୍ଡ ଅକ୍ସାଇଡ୍, ନୈନିତାଲ୍ ନକ୍ଟର୍ନ, ପ୍ରିଷ୍ଟିନ୍ ହ୍ୱାଇଟ୍ ଏବଂ ପ୍ୟୁର୍ ଗ୍ରେ। ଏହା ସହିତ ଟାଟା ହାରିଅର EVର ଏକ ଷ୍ଟେଲ୍ଥ ଏଡିସନ୍ ମଧ୍ୟ ବିକ୍ରି କରିବ । ଯେଉଁଥିରେ ଟାଟାର ଡାର୍କ ଏଡିସନ୍ ମଡେଲ୍ ସହିତ ଭିତରେ ଏବଂ ବାହାରେ କଳା ଡିଜାଇନ୍ ରହିବ।
ଏଥିରେ LED ଲାଇଟ୍, କ୍ୱୋଜ୍ଡ ଗ୍ରୀଲ୍, କନେକ୍ଟିଙ୍ଗ ଲାଇଟିଂ ବାର୍, ଆକର୍ଷଣୀୟ ଭାବରେ ଡିଜାଇନ୍ ହୋଇଥିବା 17-ଇଞ୍ଚ ଆଲଏ ଚକ ସମେତ ଅନେକ ବାହ୍ୟ ବୈଶିଷ୍ଟ୍ୟ ରହିଛି।
ଟାଟା ହାରିଅର EVର ଭିତର ଭାଗ ପ୍ରିମିୟମ୍ କାର ପରି। ଏହି ଇଲେକ୍ଟ୍ରିକ୍ SUV ଭିତରରୁ ବହୁତ ବିଳାସପୂର୍ଣ୍ଣ ଦେଖାଯାଉଛି। ଏଥିରେ ମଲ୍ଟି ମୁଡ୍ ଆମ୍ବିଏଣ୍ଟ ଲାଇଟିଂ, ମେମୋରୀ ଫଙ୍କସନ୍ ସହିତ ସଜ୍ଜିତ ଡ୍ରାଇଭର ସିଟ୍, ସିଟ୍ରେ ବସ୍ ମୋଡ୍, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍, ପାନୋରାମିକ୍ ସନରୁଫ୍,65W ଫାଷ୍ଟ ଚାର୍ଜର ପୋର୍ଟ, 14.53-ଇଞ୍ଚ ହାରମାନ କାର୍ଡନ ଟଚସ୍କ୍ରିନ QLED ଇନଫୋଟେନମେଣ୍ଟ ସିଷ୍ଟମ, JBS ସ୍ପିକର, ଡଲବି ଆଟମସ୍ 5.1, ଇନ-ବିଲ୍ଟ ନାଭିଗେସନ୍, ସ୍ୱୟଂଚାଳିତ ଜଳବାୟୁ ନିୟନ୍ତ୍ରଣ, ଓ୍ବାୟରଲେସ୍ ସ୍ମାର୍ଟଫୋନ୍ ସଂଯୋଗ, HD ରିୟର ଭ୍ୟୁ ମିରର କ୍ୟାମେରା,ମଲ୍ଟିପଲ୍ ଏୟାରବ୍ୟାଗ୍ ଏବଂ 360 ଡିଗ୍ରୀ କ୍ୟାମେରା ଭଳି ଫିଚର ରହିଛି ।
ଟାଟା ହାରିଅର EV ରେ 65 kWh ଏବଂ 75 kWh ଲିକ୍ବିଡ କୁଲିଂ ବ୍ୟାଟେରୀ ପ୍ୟାକ୍ ଅଛି, ଯାହାର IDC ରେଞ୍ଜ 627 କିଲୋମିଟର। ଟାଟା ମୋଟର୍ସ ଦାବି କରିଛି ଯେ, ହାରିଅର EV ର ସିଙ୍ଗଲ୍ ଚାର୍ଜ ରେଞ୍ଜ ଅତି କମରେ 480 ରୁ 505 କିଲୋମିଟର। ଏହାକୁ 120 KW DC ଫାଷ୍ଟ ଚାର୍ଜର ସାହାଯ୍ୟରେ ମାତ୍ର 25 ମିନିଟରେ 0-80% ପର୍ଯ୍ୟନ୍ତ ଚାର୍ଜ କରାଯାଇପାରିବ।
ଏହି ଇଲେକ୍ଟ୍ରିକ୍ SUV 390 bhp ପାୱାର ଏବଂ 504 Nm ପିକ୍ ଟର୍କ ଜେନେରେଟ୍ କରିପାରିବ। Harrier EV ମାତ୍ର 6.3 ସେକେଣ୍ଡରେ 0-100 kmph ସ୍ପିଡ ବୃଦ୍ଧି କରିପାରିବ। ବିଭିନ୍ନ ରାସ୍ତା ପରିସ୍ଥିତିରେ ଏହି ଇଲେକ୍ଟ୍ରିକ୍ SUVକୁ ସାନଦାର ପ୍ରଦର୍ଶନ ପାଇଁ ମୋଡ୍ ପ୍ରଦାନ କରାଯାଇଛି।
Harrier EVର ବେସ୍ ରିଅର-ହ୍ବିଲ୍ ଡ୍ରାଇଭ 65kWh ଭାରିଏଣ୍ଟର ମୂଲ୍ୟ ୨୧.୪୯ ଲକ୍ଷ ଟଙ୍କା (ଏକ୍ସଶୋରୁମ୍) ରଖାଯାଇଛି । ଏହି ମୂଲ୍ୟରେ Harrier EV ସିଧାସଳଖ ଭାରତୀୟ ବଜାରରେ ମହିନ୍ଦ୍ରାର ନୂଆ EV ଯୋଡି – Mahindra XEV 9e ଏବଂ Mahindra BE6 ସହିତ Hyundai Creta Electric ଏବଂ ଆଗାମୀ Maruti Suzuki e-Vitara ସହିତ ପ୍ରତିଯୋଗିତା କରିବ ।
Comments are closed.