Latest Odisha News

ଚଷମା ଆକୃତିର ଟାଟୁ କଲେ ଯୁବକ: ଲୋକେ ଦେଖି ଆଶ୍ଚର୍ଯ୍ୟ

ଇଟାଲି: ଆଜିକାଲି ଯୁବପିଢୀ ନିଜ ଶରୀରର ବିଭିନ୍ନ ଅଂଶରେ ଟାଟୁ କରିବାକୁ ପସନ୍ଦ କରୁଛନ୍ତି । ଯେଉଁମାନେ ଟାଟୁକୁ ଭଲ ପାଆନ୍ତି, ସେମାନେ ଅଜବ ଡିଜାଇନ୍‌ର ଟାଟୁ କରିବାକୁ ପସନ୍ଦ କରନ୍ତି । ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ଯୁବକ ତାଙ୍କ ମୁହଁରେ ଚଷମା ଡ଼ିଜାଇନ୍‌ର ଟାଟୁ କରିଛନ୍ତି ।

ଲୋକମାନେ ସେମାନଙ୍କ ଆଙ୍ଗୁଠିରେ ରିଙ୍ଗ ଡିଜାଇନ୍ ଟାଟୁ କରିବା, ପାଦରେ ଜୋତା ଏବଂ ହାତରେ ଚୁଡ଼ି ଡିଜାଇନ୍‌ର ଟାଟୁ କରିଥିବା ଦେଖିଥିବେ । ଇଟାଲୀୟ ଟାଟୁ କଳାକାର ଜିପ୍ସିଗ୍ ଟାଟୁର୍ ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହାକୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ମୁହଁରେ ଚଷମା ଆକୃତିର ଟାଟୁ କରୁଛନ୍ତିି । ପ୍ରଥମେ ଟାଟୁ କଳାକାର ଏପରି କରିବାକୁ ମନା କରିଥିଲେ । ହେଲେ ଯୁବକ ଜଣକ ନିଜ ଜିଦ୍‌ରେ ଅଟଳ ଥିଲେ । ତେଣୁ ସେ ବାଧ୍ୟ ହୋଇ ଏହି ଟାଟୁ କରିିବାକୁ ରାଜି ହୋଇଥିଲେ ।

ଏହି ଭିଡ଼ିଓକୁ ଅନେକ ଲୋକ ପସନ୍ଦ କରିଛନ୍ତି । ଏନେଇ ଭିନ୍ନ ଭିନ୍ନ ମତ ବି ଦେଇଛନ୍ତି । ପୃଥିବୀରେ ଏପରି ଲୋକମାନେ କେଉଁଠାରୁ ଆସିଛନ୍ତି? ବୋଲି କେହି କହିଥିବା ବେଳେ ଆଉ କିଏ ଏପରି ଟାଟୁ ପ୍ରେମୀଙ୍କୁ ଆମେ ପ୍ରଥମ ଥର ଦେଖୁଛୁ ବୋଲି କହିଛନ୍ତି ।

Comments are closed.