Latest Odisha News

ଗଞ୍ଜାମ ଶେରଗଡରେ ବିଭତ୍ସ ହତ୍ୟାକାଣ୍ଡ: ବିଜେଡି ନେତାଙ୍କୁ ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଲେ ଦୁର୍ବୁତ୍ତ

ଗଞ୍ଜାମ: ଗଞ୍ଜାମ ଶେରଗଡ ଥାନା ନନ୍ଦିନୀ ସେତୁ ନିକଟରେ ଅଭାବନୀୟ ଘଟଣା ଘଟିଛି  । ଯୁବ ବିଜେଡି ନେତାଙ୍କୁ ହତ୍ୟା କରି ବ୍ରିଜ ତଳକୁ ଫିଙ୍ଗି ଦେଇଛନ୍ତି ଦୁର୍ବୃତ୍ତ  । ମୃତକ ମଧୂସୁଦନ ବିଷୋଇ ବୋଲି ଜଣାପଡିଛି  । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଅଘଟଣ ଘଟିଥିବା କୁହାଯାଉଛି  । ଏହି ଘଟଣାରେ ପୁଲିସ ୨ଜଣଙ୍କୁ ଅଟକ ରଖିଛି।  ଗତକାଲି ମଧୁ ନିଜର ସହଯୋଗୀ କୃଷ୍ଣ ନାୟକଙ୍କ ସହ ଶେରଗଡ଼କୁ କୌଣସି କାମରେ ଯାଇଥିଲେ।

କାମ ସାରି ବାଇକ୍‌ରେ ଘରକୁ ଫେରିଲା ବେଳେ ନନ୍ଦିନୀ ସେତୁ ଉପରେ ୩ରୁ ୪ ଜଣ ଯୁବକ ତାଙ୍କୁ ଅଟକାଇଥିଲେ। ପରେ ମଧୁଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ଏପରିକି ତାଙ୍କୁ ଖଣ୍ଡାରେ ହାଣି ପୋଲ ତଳକୁ ଫୋପାଡ଼ି ଦେଇଥିଲେ। ପରେ ଗୁରୁତର ଅବସ୍ଥାରେ ମଧୁଙ୍କୁ ଉଦ୍ଧାର କରି ଶେରଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ବିଜେଡି ଦଳ ପକ୍ଷରୁ ମଧୁ ଗତ ପଞ୍ଚାୟତ ନିର୍ବାଚନ ବେଳେ ପରିଚାଳନାରେ ମୂଖ୍ୟ ଭୂମିକା ରହିଥିଲା। ଏହି କାରଣରୁ କୁମାରପାଣି ପଞ୍ଚାୟତର କିଛି ଲୋକଙ୍କ ସହ ରାଜନୈତିକ ତିକ୍ତତା ରହିଥିଲା। ଏଥିପାଇଁ ଉକ୍ତ କାଣ୍ଡ ଘଟିଥିବା ଅନୁମାନ କରାଯାଉଛି  । ସେପଟେ ପୋଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି  ।

 

Leave A Reply

Your email address will not be published.