Latest Odisha News

BREAKING NEWS

ମୂଲ୍ୟବାନ ରତ୍ନପଥର ଚାଲାଣ ଅଭିଯୋଗରେ ବନ୍ଧା ହେଲେ ଶିକ୍ଷକ

ରାୟଗଡ଼ା: ମୂଲ୍ୟବାନ ରତ୍ନ ପଥର ଜବତ ଘଟଣାରେ ଆଉ ଦୁଇ ଜଣ ଗିରଫ । ଏମାନଙ୍କ ଭିତରେ ଜଣେ ଶିକ୍ଷକ ଅଛନ୍ତି । ତାଙ୍କ ନାଁ ରାଧାମୋହନ ମାହାନା ଓ ଘର ବୌଦ୍ଧ ଜିଲ୍ଲାରେ । ସେ ଜଣେ ବ୍ଲକଗ୍ରାଣ୍ଟ ଶିକ୍ଷକ । ଅନ୍ୟ ଜଣେ ହେଲେ ମୁନିଗୁଡ଼ାର ସୁବାସ ରତ୍ନଲୁ । ଏଦୁହେଁ ରତ୍ନ ପଥର ଯୋଗାଣ କରୁଥିଲେ ।
ଏମାନେ ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ବେହେରାଙ୍କଠାରୁ ରତ୍ନ ପଥର କିଣଉଥିଲେ । ଦୁଇ ଦିନ ତଳେ ଜିତେନ୍ଦ୍ର ବେଆଇନ ରତ୍ନ ପଥର ଚାଲାଣ ବେଳେ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ । ୧୫୩ କିଲୋଗ୍ରାମର ରତ୍ନ ପଥର ଜବତ ହୋଇଥିଲା । ଜିତେନ୍ଦ୍ରଙ୍କୁ ପଚରାଉଚରା ପରେ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଛି ।

Leave A Reply

Your email address will not be published.