ନୂଆଦିଲ୍ଲୀ: ଶିକ୍ଷକ ଚାକିରି ପାଇଁ ଇଚ୍ଛୁକ ଥିବା ଅପେକ୍ଷାରତ ଯୁବକଯୁବତୀଙ୍କ ପାଇଁ ବଡ଼ । ପଶ୍ଚିମବଙ୍ଗ ପ୍ରାଥମିକ ଶିକ୍ଷା ପର୍ଷଦ (WBBPE) ସ୍ପେଶାଲ ଏଜୁକେସନ ଟିଚର୍ (ପ୍ରାଥମିକ) ପଦବୀରେ ୨୩୦୮ଟି ଖାଲିପଦ ପୂରଣ ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି। ଏହି ନିଯୁକ୍ତି କେବଳ ବଡ଼ ସହରକୁ ସୀମିତ ନୁହେଁ, ରାଜ୍ୟର ସବୁ ଜିଲ୍ଲାର ସରକାରୀ ସହାୟତାପ୍ରାପ୍ତ ଓ ସରକାରୀ ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ହେବ । ଆଗ୍ରହୀ ପ୍ରାର୍ଥୀମାନେ ଅଫିସିଆଲ୍ ୱେବସାଇଟ୍ wbbpeonline.com କିମ୍ବା wbbpe.wb.gov.in ରେ ଯାଇ ଅନଲାଇନ୍ ଆବେଦନ କରିପାରିବେ । ଆବେଦନ ଆରମ୍ଭ ହୋଇଛି ୧୨ ନଭେମ୍ବର ୨୦୨୫ ସନ୍ଧ୍ୟା ୬ଟାରୁ ଏବଂ ଶେଷ ତାରିଖ ୨୫ ନଭେମ୍ବର ୨୦୨୫ ରାତି ୧୧:୫୯ ଯାଏ ।
କେଉଁମାନେ ଆବେଦନ କରିପାରିବେ?
ଏହି ନିଯୁକ୍ତିରେ ଯୋଗ ଦେବାକୁ ହେଲେ ପ୍ରାର୍ଥୀଙ୍କୁ WBBPE ଦ୍ୱାରା ପରିଚାଳିତ TET (ଟିଚର୍ ଏଲିଜିବିଲିଟି ଟେଷ୍ଟ) କ୍ୱାଲିଫାଏଡ୍ ହେବା ବାଧ୍ୟତାମୂଳକ । ଏହା ସହିତ ସ୍ପେଶାଲ ଏଜୁକେସନରେ D.El.Ed କିମ୍ବା RCI ଅନୁମୋଦିତ ସମାନ ଡିଗ୍ରୀ ଥିବା ଆବଶ୍ୟକ । ଯେଉଁମାନେ ପୂର୍ବରୁ ଶିକ୍ଷକ ପ୍ରଶିକ୍ଷଣ ନେଇ TET ପାସ୍ କରିଛନ୍ତି, ସେମାନେ ସହଜରେ ଆବେଦନ କରିପାରିବେ ।
ବୟସ ସୀମା କେତେ?
ଆବେଦନକାରୀଙ୍କ ବୟସ ୧ ଜାନୁଆରୀ ୨୦୨୫ ଆଧାରରେ ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ହେବା ଆବଶ୍ୟକ । ତେବେ ସରକାରୀ ନିୟମାନୁଯାୟୀ SC, ST, OBC ଓ ଅନ୍ୟ ସଂରକ୍ଷିତ ଶ୍ରେଣୀର ପ୍ରାର୍ଥୀମାନଙ୍କୁ ଉପର ବୟସ ସୀମାରେ ଛାଡ଼ ମିଳିବ ।
ଦରମା କେତେ ମିଳିବ?
ଚୟନ ହୋଇଥିବା ପ୍ରାର୍ଥୀମାନଙ୍କୁ ମାସିକ ପ୍ରାୟ ୨୮,୯୦୦ ଟଙ୍କା (ବେସିକ୍ ପେ) ସହ ଡିଏ, ଏଚଆରଏ ଓ ଅନ୍ୟାନ୍ୟ ଭତ୍ତା ମିଳିବ । ସ୍ପେଶାଲ ଏଜୁକେସନ ଟିଚର୍ ପଦବୀ ପାଇଁ ଏହା ଏକ ଆକର୍ଷଣୀୟ ବେତନ ପ୍ୟାକେଜ୍ । ସରକାରୀ ଚାକିରି ହେବାରୁ ସ୍ଥାୟୀତ୍ୱ, ପେନସନ ଓ ଅନ୍ୟ ସୁବିଧା ମଧ୍ୟ ମିଳିବ ।
ଆବେଦନ ଶୁଳ୍କ କେତେ?
ସାଧାରଣ ଶ୍ରେଣୀ ପାଇଁ ୬୦୦ ଟଙ୍କା, OBC ପାଇଁ ୫୦୦ ଟଙ୍କା । SC, ST, EWS ଓ PwD ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ନାହିଁ ।
ଚୟନ ପ୍ରକ୍ରିୟା କିପରି ହେବ?
ଚୟନ ଦୁଇ ପର୍ଯ୍ୟାୟରେ ହେବ । ପ୍ରଥମେ TET ସ୍କୋର୍ ଆଧାରରେ ସର୍ଟଲିଷ୍ଟିଙ୍ଗ୍ । ତା’ପରେ ଚୟନିତ ପ୍ରାର୍ଥୀମାନଙ୍କୁ କ୍ଲାସରୁମ୍ ଟିଚିଙ୍ଗ୍ ଡେମୋ ଏବଂ ଇଣ୍ଟରଭ୍ୟୁ ଡକାଯିବ । ଦୁହେଁ ପର୍ଯ୍ୟାୟରେ ସଫଳ ହେଲେ ହିଁ ଅନ୍ତିମ ଚୟନ ।
ଫର୍ମ କିପରି ଭରିବେ?
୧. ଅଫିସିଆଲ୍ ୱେବସାଇଟ୍ wbbpeonline.com କିମ୍ବା wbbpe.wb.gov.in କୁ ଯାଆନ୍ତୁ ।
୨. “Application for Special Education Teachers in Primary Schools, 2025” ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ ।
୩. ରେଜିଷ୍ଟ୍ରେସନ୍ କରି ସବୁ ତଥ୍ୟ ଠିକ୍ ଭାବେ ଭରନ୍ତୁ ।
୪. ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ୍ କରନ୍ତୁ ଏବଂ ଜିଲ୍ଲା ପ୍ରେଫରେନ୍ସ ବାଛନ୍ତୁ ।
୫. ଶ୍ରେଣୀ ଅନୁଯାୟୀ ଶୁଳ୍କ ଜମା କରନ୍ତୁ ।
୬. ଫର୍ମ ସବମିଟ୍ କରି PDF ଡାଉନଲୋଡ୍ କରି ପ୍ରିଣ୍ଟ କାଢ଼ି ରଖନ୍ତୁ ।
ଏହି ନିଯୁକ୍ତି ବିଶେଷ ଭାବେ ସକ୍ଷମ ପିଲାଙ୍କ ପାଇଁ ଏକ ବଡ଼ ପଦକ୍ଷେପ । ଯୋଗ୍ୟ ପ୍ରାର୍ଥୀମାନେ ଶୀଘ୍ର ଆବେଦନ କରନ୍ତୁ, ନଚେତ୍ ସୁଯୋଗ ହାତଛଡ଼ା ହୋଇଯିବ !
BREAKING NEWS
- ଶାରୀରିକ କ୍ଷମତା ବା ଭିନ୍ନ-କ୍ଷମତା ପ୍ରତିଭାର ବିକାଶରେ କେବେ ବି ବାଧା ସୃଷ୍ଟି କରେ ନାହିଁ: ମୁଖ୍ୟମନ୍ତ୍ରୀ
- ବାବା ଭେଙ୍ଗାଙ୍କ ବ୍ୟତୀତ ଆଉ କେଉଁମାନଙ୍କ ଭବିଷ୍ୟବାଣୀ ହୋଇଛି ସତ ? ଜାଣନ୍ତୁ…
- CM Air Health Service: ମାଓ ଅଧ୍ୟୁଷିତ ମାଲକାନଗିରିରେ ଆରମ୍ଭ ହେଲା ମୁଖ୍ୟମନ୍ତ୍ରୀ ବାୟୁ ସେବା…
- ‘୨୦୨୫-୨୬ରେ ଓଡ଼ିଶାକୁ ୧୩ ଗୁଣ ଅଧିକ ୧୦,୫୯୯ କୋଟିର ରେଳ ବଜେଟ୍ ଆବଣ୍ଟନ କରାଯାଇଛି’
- ୧୮,୧୧୧ ଏକରରୁ ଅଧିକ ବେଆଇନ ଗଞ୍ଜେଇ ଚାଷ ନଷ୍ଟ, କେବଳ ଏହି ଜିଲ୍ଲାରେ ସର୍ବାଧିକ…
- ଘନ କୁହୁଡ଼ିରେ ସୁରକ୍ଷିତ ଟ୍ରେନ୍ ପରିଚାଳନା ନେଇ ପୂର୍ବତଟ ରେଳପଥର ବିଶେଷ ପଦକ୍ଷେପ
- Ollywood Movie: ସାମାଜିକ ବାର୍ତ୍ତା ନେଇ ଖୁବଶୀଘ୍ର ଆସୁଛି ଓଡ଼ିଆ ଫିଲ୍ମ ‘ମହାକାଳ’
- Fake News Threat To Democracy: ଫେକ୍ ନ୍ୟୁଜ ଗଣତନ୍ତ୍ର ପାଇଁ ବିପଦ: ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
- ଏହି ଲୋକମାନେ ପରମାଣୁ ବୋମାକୁ ସେତିକି ଭୟ କରନ୍ତିନି, ଯେତିକି ଇସଲାମକୁ କରନ୍ତି…
- E-Kyc: ସାଢେ ୬ ଲକ୍ଷରୁ ଅଧିକ ମୃତ ବ୍ୟକ୍ତିଙ୍କ ନାଁରେ ରହିଛି ରାସନ କାର୍ଡ….
Comments are closed.