ଭୁବନେଶ୍ୱର: ଜୁନିୟର ହକି ବିଶ୍ୱକପ ଭୁବନେଶ୍ୱରରେ ୨୪ ନଭେମ୍ବରରୁ ଆରମ୍ଭ ହେବା । ଏହା ପୂର୍ବରୁ ହକି ଜ୍ୱରରେ ଆକ୍ରାନ୍ତ ହୋଇଗଲାଣି ରାଜଧାନୀ । ଟାଇଟଲ ଦାବୀଦାର ଭାବେ ବିବେଚନା କରାଯାଉଥିବା ବେଲଜିୟମ ଟିମ ଆଜି ଭୁବନେଶ୍ୱରରେ ପଂହଚିଛନ୍ତି । ଗ୍ରୁପ ଏ’ରେ ବେଲଜିୟମ ସହ ଚିଲି, ମାଲେସିଆ ଓ ଦକ୍ଷିଣ ଆଫ୍ରିକା ରହିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ବେଲଜିୟମ କୋଚ ଜୋରେନ ବାର୍ଟ ଦଳର ଭଲ ପ୍ରଦର୍ଶନ ନେଇ ଦୃଢ଼ ଆଶା ବ୍ୟକ୍ତ କରିଥିଲେ । ପ୍ରଥମ ଥର ପାଇଁ ଆମେ ଏ ଭଳି ଏକ ବଡ ଷ୍ଟାଡିୟମରେ ଖେଳିବାକୁ ଯାଉଛି ବୋଲି ଅଧିନାୟକ ଡାୟଲନ ଇଙ୍ଗେଲବେର୍ଟ କହିଛନ୍ତି । ନଭେମ୍ବର ୨୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବେଲଜିୟମ ତାର ଅଭିଯାନ ଆରମ୍ଭ କରିବ ।
କ୍ରମାଗତ ତୃତୀୟ ଥର ପାଇଁ ଭାରତ ଏହି ମେଗା ଇଭେଂଟ ଆୟୋଜନ କରିବାକୁ ଯାଉଛି । ୨୦୧୩ରେ ନୂଆଦିଲ୍ଲୀରେ ଏବହ ୨୦୧୬ରେ ଲକ୍ଷ୍ନୌରେ ଏହା ଆୟୋଜିତ ହୋଇଥିଲା । ଓଭରାଲ ୧୬ଟିମ ଏଥିରେ ଅଂଶଗ୍ରହଣ କରୁଛନ୍ତି । ଭାରତ ଗ୍ରୁପ ବି’ରେ ସ୍ଥାନ ପାଇଛି । ଏହି ଗ୍ରୁପରେ କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ ରହିଛନ୍ତି । ଗ୍ରୁପ ସି’ରେ ନେଦରଲାଣ୍ଡ, ସ୍ପେନ, କୋରିଆ ଓ ଆମେରିକା ରହିଥିବା ବେଳେ ଗ୍ରୁପ ଡି’ରେ ଜର୍ମାନୀ, ଆର୍ଜେଂଟିନା, ପାକିସ୍ତାନ ଓ ଇଜିପ୍ଟ ରହିଛନ୍ତି । ଡିସେମ୍ବର ୧ରୁ ନକଆଉଟ ଏବଂ ଡିସେମ୍ବର ୫ରେ ଫାଇନାଲ ମ୍ୟାଚ ଖେଳାଯିବ ।
BREAKING NEWS
- Union Budget 2026:ଏହା ଦରଦାମ୍ ବଢାଇବ ଓ ବେକାରୀ ସମସ୍ୟା ବୃଦ୍ଧି କରିବ…ବଜେଟକୁ ନେଇ କହିଲେ କେଜରିୱାଲ
- Dzukou valley: ମଣିପୁର ଜଙ୍ଗଲରେ ନିଆଁ;ବାୟୁସେନାର ହେଲିକପ୍ଟର ୪୦ହଜାର ଲିଟର ପାଣିର କଲାଣି ବର୍ଷା
- Ganja Seized: ୮୦ କେଜି ଗଞ୍ଜେଇ ଜବତ, ବନ୍ଧାହେଲା ଅଭିଯୁକ୍ତ
- Sushila Tiriya: ପୂର୍ବତନ ସାଂସଦ ସୁଶୀଳା ତିରିଆଙ୍କ ପରଲୋକ
- Budget 2026: ଜନଜାତିଙ୍କ କଲ୍ୟାଣ ପାଇଁ ଏକ ପରିବର୍ତ୍ତନଶୀଳ ବଜେଟ୍…ଓଡ଼ିଶାକୁ ଲାଭବାନ କରିବ: ଜୁଏଲ ଓରାମ
- Builder: ବିଲଡର ସଂସ୍ଥା ମାଲିକ ଗିରଫ; ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ
- ଟି୨୦ ବିଶ୍ୱକପ: ଭାରତ ସହ ଖେଳିବନି ପାକିସ୍ତାନ
- ଦିଗହୀନ ବଜେଟ୍; କେନ୍ଦ୍ରୀୟ ବଜେଟ୍ ୨୦୨୬କୁ କଡ଼ା ସମାଲୋଚନା କଲେ ବିରୋଧୀ ନେତା…
- ଟି୨୦ରେ କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର
- Violence in Balochistan: ବେଲୁଚିସ୍ତାନ ପ୍ରସଙ୍ଗରେ ପାକ୍ କୁ କଡ଼ା ଜବାବ ଦେଲା ଭାରତ; ଆଭ୍ୟନ୍ତରୀଣ ବିଫଳତାରୁ ଧ୍ୟାନ ହଟାଇବାର ପ୍ରୟାସ
Comments are closed.