ଥିରୁଅନନ୍ତପୁରମ୍: ପ୍ରଥମ ଟି-୨୦ ମ୍ୟାଚ୍ରେ ଭାରତ ଦକ୍ଷିଣ ଆଫ୍ରିକାକୁ ୮ ଓ୍ବିକେଟରେ ହରାଇଛି। ପ୍ରଥମ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ୮ ଓ୍ବିକେଟ ହରାଇ ୧୦୬ ରନ୍ କରିଥିଲା । ଭାରତ ୧୬ ଓଭର ୪ଟି ବଲରେ ୨ ଓ୍ବିକେଟ ହରାଇ ୧୧୦ରନ୍ କରି ମ୍ୟାଚ ଜିତିନେଇଛି ।
That Winning Feeling! 👏 👏 #TeamIndia begin the T20I series with a superb win in Thiruvananthapuram. 🙌 🙌
Scorecard ▶️ https://t.co/L93S9k4QqD #INDvSA | @mastercardindia pic.twitter.com/r8OmRhdVk4
— BCCI (@BCCI) September 28, 2022
ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଶୂନରେ ଆଉଟ ହେବା ପରେ କୋହଲି ମାତ୍ର ୩ ରନ କରିଥିଲେ । ତେବେ ସୂର୍ଯ୍ୟକୁମାର ଧୂଆଁଧାର ବ୍ୟାଟିଂ କରି ୩୩ ବଲରେ ୫୦ ରନ୍ କରିଥିଲେ । କେ.ଏଲ୍ ରାହୁଲ ୫୬ଟି ବଲରେ ୫୧ ରନ କରିଥିଲେ । ଏହି ଦୁଇ ବ୍ୟାଟସମ୍ୟାନ ଭାରତକୁ ସହଜ ବିଜୟ ଦେଇଥିଲେ।
.@surya_14kumar scored a cracking unbeaten half-century in the chase & was #TeamIndia's top performer from the second innings of the first #INDvSA T20I. 👌 👌
A summary of his knock 🎥 🔽 pic.twitter.com/2Cz8aDRQbM
— BCCI (@BCCI) September 28, 2022
ପ୍ରଥମେ ବ୍ୟାଟିଂ କରି ୮ ଉଇକେଟ ହରାଇ ୧୦୬ ରନ୍ କରିଥିଲା ଦକ୍ଷିଣ ଆଫ୍ରିକା । ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ ରୋହିତ ଶର୍ମା । ଭାରତର ମାପ ଚୁପ ବୋଲିଂ ହାର ମାନିଥିଲେ ଦକ୍ଷିଣ ଆଫ୍ରିକା ଖେଳାଳି । ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ସର୍ବାଧିକ ୪୧ ରନ୍ କରିଥିବା ବେଳେ ମାର୍କାରାମ ୨୫ ରନ୍ କରିଥିଲେ । ପାର୍ନେଲ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ । ଆଉ କୈାଣସି ବ୍ୟାଟସମ୍ୟାନ୍ ଦୁଇ ଅଙ୍କ ଛୁଇଁ ପାରିନଥିଲେ ।
ଅଧିନାୟକ ତେମ୍ବା ବାଭୁମା ଶୂନରେ ଆଉଟ ହୋଇଥିବା ବେଳେ ଡିକକ୍ ଏକ ରନ କରି ଆଉଟ୍ ହୋଇଥିଲେ । ରିଲେ ରୁଶୋ ଶୂନରେ ଆଉଟ ହୋଇଥିବା ବେଳେ ଡେଭିଡ ମିଲର ମଧ୍ୟ ଶୂନରେ ଆଉଟ ହୋଇଥିଲେ ।
ଅର୍ଶଦୀପ ୩ଟି ଉଇକେଟ ନେଇଥିବା ବେଳେ ଦୀପକ ଚହର ୨ ଉଇକେଟ ନେଇଥିଲେ । ହର୍ଷଲ ପଟେଲ ମଧ୍ୟ ୨ ଉଇକେଟ ନେଇଥିବା ବେଳେ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ ।
Comments are closed.