Latest Odisha News

BREAKING NEWS

ଲେଫ୍ଟନାଣ୍ଟ ଜେନେରାଲ ଅନୀଲ୍ ଚୌହାନଙ୍କୁ CDS ଭାବେ ନିଯୁକ୍ତି

ନୂଆଦିଲ୍ଲୀ: ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନଙ୍କୁ ଦେଶର ପରବର୍ତ୍ତୀ ସିଡିଏସ୍ ଭାବେ ନିଯୁକ୍ତି ମିଳିଛି । ଶ୍ରୀ ଚୌହାନ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ରହିବା ସହ ଅତିରିକ୍ତ ଭାବେ ଭାରତ ସରକାରଙ୍କ ମିଲିଟାରୀ ଆଫେୟାର୍ସ ବିଭାଗର ସଚିବ ଭାବେ ଦାୟିତ୍ୱ ତୁଲାଇବେ ।

ଅନୀଲ୍ ଚୌହାନ ସେନାରେ ୪୦ ବର୍ଷ କାର୍ଯ୍ୟ କରିଛନ୍ତି । ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନ ଚାକିରି କାଳରେ ଏକାଧିକ କମାଣ୍ଡର ନେତୃତ୍ୱ ନେଇଥିଲେ । ଜାମ୍ମୁକାଶ୍ମୀର ସହ ଉତ୍ତର-ପୂର୍ବ ଭାରତରେ ସେନା ଅପରେସନରେ ତାଙ୍କର ଗୁରୁ୍ତ୍ୱପୂର୍ଣ୍ଣ ଭୂମିକା ଥିଲା । ୧୯୬୧ ମେ ୧୮ରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ଚୌହାନ ୨୦୨୧ ମେ ମାସରେ ଚାକିରିରୁ ଅବସର ନେଇଥିଲେ ।

ବାରମୂଲା ସହିତ ନର୍ଦ୍ଦର୍ଣ୍ଣ କମାଣ୍ଡର ଥିଲେ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନ । ଇଷ୍ଟର୍ଣ୍ଣ କମାଣ୍ଡର ଜେନେରାଲ୍ ଅଫିସର କମାଣ୍ଡିଂ ଇନ୍ ଚିଫ୍ ଭାବେ ୨୦୧୯ ସେପ୍ଟେମ୍ବରରୁ ଅବସର ନେବା ଯାଏ କାର୍ଯ୍ୟ କରିଥିଲେ । ଏଥିସହ ଡାଇରେକ୍ଟର ଜେନେରାଲ୍ ଅଫ୍ ମିଲିଟାରୀ ଅପରେସନର ଦାୟିତ୍ୱରେ ରହିଥିଲେ ।

ଜେନେରାଲ୍ ବିପିନ ରାୱତଙ୍କ ଦେହାନ୍ତ ପରେ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ ପଦ ଖାଲି ପଡ଼ିଥିଲା । ଏବେ କେନ୍ଦ୍ର ସରକାର ସିଡିଏସ୍ ଭାବେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ୍ ଅନୀଲ୍ ଚୌହାନଙ୍କୁ ନିଯୁକ୍ତି ଦେଇଛନ୍ତି ।

Leave A Reply

Your email address will not be published.