Latest Odisha News

BREAKING NEWS

କ’ଣ କରୁଛନ୍ତି ମୋନାଲିସା?

ଭୋପାଳ: ଷ୍ଟାରଡମର ମଜା ନେଉଛନ୍ତି ମୋନାଲିସା । ମଧ୍ୟପ୍ରଦେଶରୁ ମୁମ୍ବାଇ ଯାତ୍ରକୁ ଉପଭୋଗ କରୁଛନ୍ତି, ଆକ୍ଟିଙ୍ଗ୍ ଶିଖୁଛନ୍ତି, ଆଉ ପାଠ ବି ପଢୁଛନ୍ତି । ଜଣେ ସଫଳ ଅଭିନେତ୍ରୀ ହେବା ପାଇଁ ସବୁ ପ୍ରକାର ପ୍ରୟାସ ଜାରି ରଖିଛନ୍ତି ମହାକୁମ୍ଭ ଭାଇରାଲ ଗାର୍ଲ ମୋନାଲିସା । ମୁହଁରେ ମେକଅପ ଏବଂ ଚଷମା ସାଙ୍ଗକୁ ହାତରେ କ୍ଲାସି ବ୍ୟାଗ୍, ସୁନ୍ଦର ସୁନ୍ଦର ଲୁକରେ ନଜର ଆସୁଛନ୍ତି ମୋନାଲିସା ।

ତେବେ ମହାକୁମ୍ଭରୁ ମୁମ୍ବାଇ ଯାତ୍ରା ମୋନାଲିସାଙ୍କ ପାଇଁ ସହଜ ନଥିଲା । ପ୍ରଥମ ଥର ପାଇଁ ମହାକୁମ୍ଭରେ ମାଳି ବିକ୍ରି କରୁଥିବାର ନଜର ଆସିଥିଲେ ମୋନାଲିସା । ତାଙ୍କର ଶାମଳ ଚେହେରା ଆଉ ସୁଢଳ ଆଖି, ପୂରା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ମହାକୁମ୍ଭରେ ତାଙ୍କ ପ୍ରତି ଦୁର୍ବ୍ୟବହାର ହେବାରୁ ସେ ଉତ୍ତର ପ୍ରଦେଶ ଛାଡି ନିଜ ଘର ମଧ୍ୟପ୍ରଦେଶ ଚାଲିଯାଇଥିଲେ । ହେଲେ ଭାଗ୍ୟରେ ତାଙ୍କର ଆଉ କିଛି ଲେଖା ଥିଲା । ଏବେ ଇଣ୍ଟରନେଟ ସେନସେସନ ପାଲଟିଥିବା ମୋନାଲିସା ସିନେମା କରୁଛନ୍ତି । ରାତାରାତି ଷ୍ଟାର ବନିଛନ୍ତି ମୋନାଲିସା । ମାଳା ବିକ୍ରି କରି ଚଳୁଥିବା ମୋନାଲିସା ଏବେ ହିରୋଇନ ହୋଇ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତୁ ।

ମୋନାଲିସାଙ୍କୁ ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ଫିଲ୍ମ ‘ଦ ଡାଏରୀ ଅଫ୍ ମଣିପୁର’ରେ କାଷ୍ଟ କରିଛନ୍ତି । ସନୋଜ ମିଶ୍ର ତାଙ୍କ ଗାଁକୁ ଯାଇ ମୋନାଲିସାଙ୍କୁ ଭେଟି ସିନେମା ଅଫର କରିଥିଲେ । ମୋନାଲିସା ‘ଦ ଡାଏରୀ ଅଫ୍ ମଣିପୁର’ ଫିଲ୍ମରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ଏଥିପାଇଁ ଫିଲ୍ମର ସୁଟିଂ ପୂର୍ବରୁ ତାଙ୍କୁ ମୁମ୍ବାଇରେ ଅଭିନୟ ତାଲିମ ମଧ୍ୟ ଦିଆଯାଉଛି । ଏଥିସହିତ ଫିଲ୍ମର ପ୍ରୋଯୋଜକ ନିଜେ ମୋନାଲିସାଙ୍କୁ ପାଠ ବି ପଢାଉଛନ୍ତି ।

ତେବେ ଏହି ନିକଟରେ ଚର୍ଚ୍ଚା ହେଉଥିଲା ଯେ, ମୋନରଲିସାଙ୍କୁ ସିନେମା ଅଫର କରିଥିବା ନିର୍ଦ୍ଦେଶକ ସନୋଜ କାଳେ ମୋନାଲିସାଙ୍କ ନୀରିହତାର ଫାଇଦା ଉଠାଉଛନ୍ତି, ଆଉ ତାଙ୍କୁ ଠକୁଛନ୍ତି । ଯାହାର କଡା ଜବାବ ରଖିଛନ୍ତି ମୋନାଲିସା । ନିଜ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରି ଏସବୁ କିଛି ଗୁଜବ ବୋଲି ସେ ସ୍ପଷ୍ଟ କରିଚନ୍ତି । ସେ କହିଛନ୍ତି, ସନୋଜ ସାର୍ ବହୁତ ଭଲ । କେମିତି ଆଗକୁ ଯାଇ କ୍ୟାରିୟରରେ ଭଲ କାମ କରିବି, ସବୁ ବିଷୟରେ, ସନୋଜ ତାଙ୍କୁ ମାର୍ଗଦର୍ଶନ କରାନ୍ତି । ସେ ମୁମ୍ବାଇ ଛଡ଼ା ଅନ୍ୟ କୌଣସି ସ୍ଥାନକୁ ଯାଇନାହିାନ୍ତି । ବର୍ତ୍ତମାନ ସେ ମଧ୍ୟପ୍ରଦେଶରେ ହିଁ ଅଛନ୍ତି। ଅଭିନୟ ଶିଖିବା ସହିତ ପାଠ ବି ପଢ଼ୁଛନ୍ତି। ମୋନାଲିସାଙ୍କ ସହିତ ତାଙ୍କ ବଡ଼ବାପା ଓ ଭଉଣୀ ମଧ୍ୟ ସବୁ ବେଳେ ରହିଥାନ୍ତି ।

Comments are closed.