Latest Odisha News

BREAKING NEWS

ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ: ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ

ସାଉଥାମ୍ପଟନ: ୧୮ ଜୁନରୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆଇସିସି ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲ ମ୍ୟାଚ ଖେଳାଯିବ । କରୋନା କଟକଣାରେ ରହିବା ପରେ ବୁଧବାର ପ୍ରଥମ ଥର ସମ୍ପୂର୍ଣ୍ଣ ଟିମ୍ ୨ ଭାଗ ହୋଇ ଅଭ୍ୟାସ ମ୍ୟାଚ ଖେଳିବା ଆରମ୍ଭ କରିଛନ୍ତି । ୫ ଦିନ ପ୍ରଶିକ୍ଷଣ ପରେ ପଡିଆକୁ ସେମାନେ ଓହ୍ଲାଇଛନ୍ତି ।

ସାଉଥାମ୍ପଟନ ରୋଜ ବାଓଲରେ ସମୁଦାୟ ୬ ଟେଷ୍ଟ ମ୍ୟାଚ ଖେଳାଯାଇଛି । ୩ ମ୍ୟାଚର ଫଳାଫଳ ବାହାରିଥିବା ବେଳେ ବାକି ୩ଟି ଡ୍ର ରହିଥିଲା । ପ୍ରଥମ ବ୍ୟାଟିଂ କରିଥିବା ଦଳ ୨ଥର ମ୍ୟାଚରେ ବିଜୟୀ ହୋଇଛି । ଅପରପକ୍ଷରେ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ମଧ୍ୟରେ ଅନ୍ତିମ ଟେଷ୍ଟ ବଣ୍ଣିଂହାମରେ ଖେଳାଯାଉଛି ।

Leave A Reply

Your email address will not be published.