Latest Odisha News

BREAKING NEWS

ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଧାୱନଙ୍କ ନେତୃତ୍ୱରେ ଭାରତୀୟ ଦଳ ଘୋଷଣା, ୬ ନୂଆ ମୁହଁ

ମୁମ୍ବାଇ: ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯାଇଛି । ଶିଖର ଧାୱନଙ୍କୁ ଦଳର ନେତୃତ୍ୱ ଭାରତ ପ୍ରଦାନ କରାଯାଇଛି । ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ୬ ନୂଆ ମୁହଁ ଦେବଦତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ନୀତିଶ ରାଣା, କେ ଗୋଥାମ, ଚେତନ ସାକରିଆ ଓ ବରୁଣ ଚକ୍ରବର୍ତିଙ୍କୁ ଦଳରେ ସାମିଲ କରାଯାଇଛି । ଜୁଲାଇ ୧୩, ୧୬ ଓ ୧୮ରେ ଦିନିକିଆ ଏବଂ ୨୧, ୨୩ ଓ ୨୫ରେ ପ୍ରେମାଦାସା ଷ୍ଟାଡିୟମରେ ଏହି ମ୍ୟାଚଗୁଡିକ ଖେଳାଯିବ ।

ଟିମ୍ ଇଣ୍ଡିଆ: ଶିଖର ଧାୱନ(ଅଧିନାୟକ), ପୃଥ୍ୱୀ ଶ, ଦେବଦତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶାନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କେ ଗୋଥାମ, କୃଣାଳ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର, ଚେତନ ସାକରିଆ, ବରୁଣ ଚକ୍ରବର୍ତି, ଦୀପକ ଚହର, ନବଦୀପ ସାଇନି ।

Comments are closed.