Latest Odisha News

କ୍ରମାଗତ ଚତୁର୍ଥ ଦିନରେ ଦେଶରେ ଲକ୍ଷେରୁ କମ୍ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୯୪% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି କରୋନାର ଦୈନିକ ସଂକ୍ରମଣ । ଲଗାତାର ଚତୁର୍ଥ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୧ହଜାର ୭୦୨ ପଜିଟିଭ୍ । ଦୈନିକ ପିଜିଟିଭ୍ ହାର ଖସୁଛି । ଆଜି ପଜିଟିଭ୍ ହାର ରହିଛି ୪.୪୯% । ଗତ ୧୮ ଦିନ ହେବ ଦେଶରେ ଲଗାତାର ପଜିଟିଭିଟି ୧୦ ପ୍ରତିଶତରୁ କମ୍ ରହିଛି ।

ଦେଶରେ ବଢୁଛି ସୁସ୍ଥ ହାର । କମୁଛି ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ୧ଲକ୍ଷ ୩୪ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆରୋଗ୍ୟ ଲାଭ କରିଛନ୍ତି ୨କୋଟି ୭୭ଲକ୍ଷ ୯୦ହଜାରରୁ ଅଧିକ ଆକ୍ରାନ୍ତ । ସୁସ୍ଥହାର ରହିଛି ପାଖାପାଖି ୯୫ ପ୍ରତିଶତ । ଆକ୍ଟିଭ୍ କେସ୍ ୧୧ଲକ୍ଷ ୨୧ହଜାର ୬୭୧କୁ ହ୍ରାସ ପାଇଛି ।

ଦୈନିକ ସଂକ୍ରମଣ ସ୍ଥିର ରହିଥିବା ବେଳେ ମୃତ୍ୟୁସଂଖ୍ୟା ବଢୁଛି । ଗତକାଲି ୬ହଜାରରୁ ଅଧିକ ମୃତ୍ୟୁବରଣ କରିଥିବା ବେଳେ ଆଜି ୩ହଜାର ୪୦୩ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୩ଲକ୍ଷ ୬୩ହଜାର ୭୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.