Latest Odisha News

BREAKING NEWS

ରିଷଭ ପନ୍ଥ କରୋନା ପଜିଟିଭ୍, ଇଂଲଣ୍ଡ ସିରିଜ ପୂର୍ବରୁ ବଢ଼ିଲା ଟିମ୍ ଇଣ୍ଡିଆ ଟେନସନ୍

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ କରୋନା ଦେଇଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କର ୧୮ ତାରିଖରେ ପୁଣି ଥରେ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଥିଲା ।

ମିଳିଥିବା ସୂଚନା ଅନୁସାରେ ଏବେ ଆଇସୋଲେସନରେ ଥିବା କ୍ରିକେଟର ହେଉଛନ୍ତି ରିଷଭ ପନ୍ଥ । ତେଣୁ ସେ ଟିମ୍ ଇଣ୍ଡିଆ ସହ ଦରହାମ୍ ଯାଉ ନାହାନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଟିମରେ ଯୋଗ ଦେବେ ।

ଅଗଷ୍ଟ ପ୍ରଥମ ସପ୍ତାହରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ଆସନ୍ତା ୨୦ ତାରିଖରୁ ତିନି ଦିନିଆ ପ୍ରାକ୍ଟିସ ମ୍ୟାଚ୍ ଖେଳାଯିବ । ଏହି ଟିମରେ ରିଷଭ ପନ୍ଥ ରହିବେ ନାହିଁ । ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟିକିଆ ଟେଷ୍ଟ ସିରିଜ ଖେଳିବ ।

Leave A Reply

Your email address will not be published.