Latest Odisha News

BREAKING NEWS

ଜାଣନ୍ତୁ, କେମିତି କଟିବ ଆଜିର ଦିନ

ଆଜିର ରାଶିଫଳ ତା୬-୯-୨୦୨୧ ସୋମବାର

ଆଜି ଦିନର ମହତ୍ତ୍ଵ
ଆଜି ୨୦୨୧ ମସିହା ସେପ୍ଟେମ୍ବର ତା ୬ ରିଖ ସୋମବାର ସିଂହ ୨୧ ଦିନ ଭାଦ୍ରବ ମାସ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ଭୁକ୍ତ ଅମାବାସ୍ୟା ତିଥି ମଘା ନକ୍ଷତ୍ର ସିଂହ ଚନ୍ଦ୍ର
ଘାତ ବାର-: ମିଥୁନ ରାଶିର
ଘାତ ଚନ୍ଦ୍ର- କର୍କଟ, ମକର ରାଶି ପୁରୁଷଙ୍କର
ଆଜିର ନିଷେଧ ଖାଦ୍ୟ-: ମତ୍ସ୍ୟ ମାଂସ (ଆମିଷ)

ମେଷ
ଆଜି ବିଭିନ୍ନ ଦିଗରୁ ଅର୍ଥର ସମାଗମ ହେବ, କିନ୍ତୁ ସମସ୍ୟା ଛାଡ଼ିବ ନାହିଁ । ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।ସାହିତ୍ୟ, ସାମ୍ବାଦିକତା, ସଙ୍ଗଠନ ଓ ରାଜନୀତିରେ ଦୃଢ଼ ପଦକ୍ଷେପ ନେଇ ପ୍ରଶଂସିତ ହେବେ ସନ୍ତାନଙ୍କ ବୈବାହିକ କର୍ମ ପରିପ୍ରେକ୍ଷୀରେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହୋଇପାରେ। ଛାତ୍ର ଛାତ୍ରୀମାନେ ପାଠ ପଢ଼ାରେ ମନୋନିବେଶ କରିବେ।

ପ୍ରତିକାର-ହନୁମାନଙ୍କ ସିନ୍ଦୂର ମଥାରେ ଲଗାନ୍ତୁ ଲାଲ୍ ରଙ୍ଗର ରୁମାଲ ବ୍ୟବହାର କରନ୍ତୁ।

ବୃଷ
ଆଜି ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରିବା କଷ୍ଟକର ହୋଇପାରେ। ସମ୍ପର୍କୀୟମାନଙ୍କ ଚକ୍ରାନ୍ତରୁ କେତେକ ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ। ପରିବହନ ଓ ଆମଦାନୀ ବାଣିଜ୍ୟରେ ଉନ୍ନତି କରିବେ। ପାରିବାରିକ କ୍ଷେତ୍ରରେ ଭ୍ରାତୃ ସମ୍ପର୍କରେ ମନାନ୍ତର ମତାନ୍ତର ଦେଖାଦେଇପାରେ।

ପ୍ରତିକାର-ମା ଲକ୍ଷ୍ମୀଙ୍କ ଗାୟତ୍ରୀ ମନ୍ତ୍ରକୁ ୧୦ ଥର ଜପ କରନ୍ତୁ।

ମିଥୁନ
ଆଜି ଆପଣଙ୍କ ଅଭିଳାଷ ପୂରଣ ଓ ନୂତନ ଭାବରେ ଆରମ୍ଭ କରିଥିବା କାର୍ଯ୍ୟ ହାସଲ ପାଇଁ ଚେଷ୍ଟାକଲେ ନିଶ୍ଚିତ ଉପକୃତ ହେବେ। କର୍ମକ୍ଷେତ୍ରରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି, ଯାହାକି ପରିସ୍ଥିତିକୁ ସରଳ କରିବାରେ ସହାୟକ ହେବ। ପ୍ରତିବନ୍ଧକ ଦେଖାଦେଇପାରେ ଯାହା ଫଳରେ ବ୍ୟବସାୟୀମାନଙ୍କ ପାଇଁ ଦିନଟି ଭଲରେ କଟିବ ନାହିଁ।

ପ୍ରତିକାର-ଗଣେଶଙ୍କ ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ।

କର୍କଟ
ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବାରେ ଅସୁବିଧା ଦେଖାଦେବ। କିନ୍ତୁ କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଦେଇପାରେ ଯାହା ଫଳରେ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବିଳମ୍ବରେ କାର୍ଯ୍ୟସିଦ୍ଧି ହେବ। ଛାତ୍ର ଛାତ୍ରୀମାନେ ସମସ୍ତ ଦିଗରେ ସଫଳତା ହାସଲ କରିବେ। ପାରିବାରିକ ଜୀବନରେ ପକ୍ଷପାତିତା ଅଶାନ୍ତିର କାରଣ ହେବ।

ପ୍ରତିକାର-ଅଶ୍ୱତ୍ଥ ବୃକ୍ଷ ମୂଳରେ କଞ୍ଚା କ୍ଷୀରରେ କଳାରାଶି ମିଶାଇ ଢାଳନ୍ତୁ ଓ ସେ ବୃକ୍ଷକୁ ସାତ ଥର ପ୍ରଦକ୍ଷିଣ କରନ୍ତୁ।

ସିଂହ
କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟର ଅଗ୍ରଗତି ଘଟିବ, କିନ୍ତୁ କେତେକ କାମରେ ପଶ୍ଚାତାପ ଜନିତ ମନସ୍ତାପ କରିପାରନ୍ତି। ପରିବାରରେ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ସୂଚନା ରହିଛି । ଦେହ ଭଲ ରହିବା ସାଙ୍ଗକୁ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆଶା କରିଥିବା ଜିନିଷ ବିଳମ୍ବରେ ପାଇବେ।

ପ୍ରତିକାର-ଆଦିତ୍ଯ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।

କନ୍ୟା
ଆଜି ଅଯାଚିତ ସହଯୋଗ ଲାଭ କରି ନୂତନ କର୍ମାରମ୍ଭ କରିବାରେ ସମର୍ଥ ହେବେ। ବ୍ୟବସାୟ ବାଣିଜ୍ୟରେ ଆୟ ବୃଦ୍ଧି ଘଟିବ । ସାହିତ୍ୟ, ସଙ୍ଗୀତ, ଅଭିନୟ କଳା କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଯାନବାହନ କିଣିବାକୁ ନିଷ୍ପତ୍ତି ନେଇ ଚୁକ୍ତିନାମା ସ୍ୱାକ୍ଷରିତ କରିବେ ।

ପ୍ରତିକାର-ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।

ତୁଳା
ଆଜି ଅର୍ଥନୈତିକ ଅଭିବୃଦ୍ଧି ସହ ସାମାଜିକ ପ୍ରତିଷ୍ଠା ମିଳିବ। କୌଣସି ବିଭ୍ରାନ୍ତିକର ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାୟତାରେ କାର୍ଯ୍ୟ କରି ପ୍ରଶଂସିତ ହେବେ। ମହିଳାମାନେ ଯଗିରଖି ଚଳନ୍ତୁ ଶାରୀରିକ ପୀଡ଼ା ମାନସିକ ଦୁଶ୍ଚିନ୍ତା ମଧ୍ୟଦେଇ ଗତି କରିବେ।

ପ୍ରତିକାର-ଲକ୍ଷ୍ମୀ ନାରାୟଣଙ୍କ ପାଖରେ ଘିଅ ଦୀପ ଟିଏ ଜାଳନ୍ତୁ ।

ବିଛା
ଆଜି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଶୃଙ୍ଖଳିତ ଆଚରଣ ପାଇଁ ସମ୍ମାନିତ ହୋଇପାରନ୍ତି। ଆଶା କରୁଥିବା ଅର୍ଥ ପାଇବା ସହଜ ହେବ କିନ୍ତୁ ଖର୍ଚ୍ଚାନ୍ତ ହୋଇ ମନସ୍ତାପ କରିବେ।ପରିବାରର ସମସ୍ୟାକୁ ଚତୁରତାର ସହ ସମାଧାନ କରିବା ପାଇଁ ସମର୍ଥ ହେବ।

ପ୍ରତିକାର-ରୁଟିରେ ଗୁଡମିଶାଇ ଗାଈକୁ ଖାଇବାକୁ ଦିଅନ୍ତୁ।

ଧନୁ
ଆଜି ଅର୍ଥ ସମ୍ପର୍କିତ ସମସ୍ୟା ଦୂର କରିବାକୁ ସମର୍ଥ ହେବେ।ଅବଶ୍ୟ ଆଶାନୁରୂପକ ସଫଳତା ହାସଲ କରିବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ ।କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କଷ୍ଟକର ହୋଇପାରେ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ କରନ୍ତୁ। ମହିଳାମାନେ ଘରେ ବାହାରେ ସବୁଠି ଆଦର ସମ୍ମାନ ପାଇବେ ।

ପ୍ରତିକାର-କଳା ବିରି ଦୁବଘାସ ଗାଈକୁ ଖାଇବାକୁ ଦିଅନ୍ତୁ।

ମକର
ଆଜି ଆପଣ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ ‌। ସାମାନ୍ୟ କାରଣରୁ ଘରୋଇ ସମସ୍ୟାରୁ କଳହ ଦେଖାଦେଇପାରେ । ଅଫିସ୍‌ କାମରେ ବ୍ୟସ୍ତ ରହିବେ କାମ ଅଟକି ରହିଥିବା ସକାଶେ ଅନୁତାପ କରିବାକୁ ପଡ଼ିପାରେ । ଶାରୀରିକ ମାନସିକ ପୀଡା ଦେଖାଦେଇପାରେ।

ପ୍ରତିକାର-ନୀଳରଙ୍ଗର ରୁମାଲ ଟିଏ ଆଜି ନିଜ ପାଖରେ ରଖନ୍ତୁ।

କୁମ୍ଭ
ଆନୁଷଙ୍ଗିକ ସାହାଯ୍ୟ ଲାଭକରି ଅଟକି ରହିଥିବା କାମକୁ ସମ୍ପନ୍ନ କରିବାରେ ସମର୍ଥ ହେବେ। ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିପାରେ । ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ । ଏଣୁ ସାବଧାନତା ନିତାନ୍ତ ଦରକାର। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ।

ପ୍ରତିକାର-ପାଞ୍ଚୋଟି ତ୍ରିଶାଖା ବେଲ ପତ୍ର ମହାମୃତ୍ଯୁଞ୍ଜୟ ମନ୍ତ୍ରରେ ଶିବଲିଙ୍ଗରେ ଚଢାନ୍ତୁ।

ମୀନ
ଆଜିର ଜୀବନଯାତ୍ରା ପାଇଁ ଅନୁକୂଳ ରହିବ। ଆଶା କରୁଥିବା ବନ୍ଧୁଙ୍କଠାରୁ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଆର୍ଥିକ ଅଭାବ ଓ ଅନଟନ କେତେକ କାମକୁ ସ୍ଥଗିତ ରଖିଦେଇପାରେ।

ପ୍ରତିକାର-ଇଷ୍ଟ ଦେବତାଙ୍କୁ କର୍ପୁର ଆଳତୀ କରି ଆଳତୀର କଳାକୁ ମୁଣ୍ଡରେ ମାରନ୍ତୁ

ଜ୍ୟୋତିଷ ବାଣୀ-
କେଉଁ ଜିନିଷ ଦାନ କଲେ ମନୁଷ୍ୟକୁ କ’ଣ ମିଳେ ଆସନ୍ତୁ ଜାଣିବା।

ପୁସ୍ତକ ଦାନ କଲେ- ସପୁତ୍ର ଲାଭ ହୁଏ ।
ଧାନ ବା ଚାଉଳ ଦାନ କଲେ -ସୌଭାଗ୍ୟ ବୃଦ୍ଧି ହୁଏ।
ଜଳ ଦାନ କଲେ- ମହିମା ଓ ମନବଳ ବୃଦ୍ଧି ହୁଏ।
ଦୀପ ଦାନ କଲେ -ଆକ୍ଷିର ଜ୍ୟୋତି ବଢେ ଶରୀର ତେଜିୟାନ ହୁଏ ।
ସୁନା ଦାନ କଲେ- ଆୟୁ ଯଶ ସମ୍ମାନ ବୃଦ୍ଧି ପାଏ ।
ରୁପା ଦାନ କଲେ -ଧନ,ସମ୍ମାନ,ଭୂଷଣ ବୃଦ୍ଧି ହୁଏ।
ଗୋ ଦାନ କଲେ -ସମସ୍ତ ପାପରୁ ମୁକ୍ତି ମିଳେ ।
ଅନ୍ନ ଦାନ କଲେ -ସୁଖ ଶାନ୍ତି ବୃଦ୍ଧି ହୁଏ ।
ଵସ୍ତ୍ର ଦାନ କଲେ- ପାରିବାରିକ ଜୀବନ ସୁଖପ୍ରଦ ହୁଏ।
ଶଯ୍ୟା ଦାନ କଲେ – ଶରୀର ଆରୋଗ୍ୟ ହେବାସହ ସ୍ତ୍ରୀ ସୌଭାଗ୍ୟ ପ୍ରାପ୍ତି ହୁଏ।
ଭୂମି ଦାନ କଲେ- ଗୃହ ଧନ ମାନ ସମ୍ମାନ ପ୍ରାପ୍ତି ହୁଏ
ବିଦ୍ୟା ଦାନ କଲେ- ଜ୍ଞାନ ବୃଦ୍ଧି ସହ ବ୍ରହ୍ମଲୋକ ପ୍ରାପ୍ତି ହୁଏ।

ଜ୍ୟୋତିର୍ବିଦ ନିରଞ୍ଜନ ମହାପାତ୍ର

Leave A Reply

Your email address will not be published.